ଚିକିତ୍ସାଧୀନ ଥିବା ମାଈ ହାତୀର ମୃତ୍ୟୁ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଗାଲେରୀ ରେଞ୍ଜ ଅଧିନ ଲେଙ୍ଗେଡ଼ା ଗାଁ ନିକଟ ଜଙ୍ଗଲରେ ଚିକିତ୍ସାଧୀନ ଥିବା ମାଈ ହାତୀର ମୃତ୍ୟୁ ଘଟିଛି। ହାତୀଟିର ବୟସ ୧୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ସୂଚନା ମୁତାବକ, ହାତୀଟି ସପ୍ତାହେ ହେଲା ଅସୁସ୍ଥ ଥିବା ଯୋଗୁ ଖାଦ୍ୟ ଖାଇ ପାରୁ ନଥିଲା। ଦୁଇ ଦିନ ପୂର୍ବରୁ ବନ ବିଭାଗ ପକ୍ଷରୁ ନନ୍ଦନକାନନର ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମକୁ ହାତୀଟି ଅସୁସ୍ଥ ଥିବା ନେଇ ଖବର ଦିଆ ଯାଇଥିଲା। ଡାକ୍ତରୀ ଟିମ ଘଟଣା ସ୍ଥଳରେ ପହଞ୍ଚି ହାତୀକୁ ପ୍ରଥମେ ଟ୍ରଙ୍କୁଲାଇଜ କରି ଅଚେତ କରିବା ପରେ ଚିକିତ୍ସା କରିଥିଲେ। ହାତୀଟିର ପାଟିରେ ସଂକ୍ରମଣ ହୋଇ ପୋକ ଜମି ଯାଇଥିବା ଦେଖିଥିଲେ। ପୋକ ସଫା କରି ସାଲାଇନ ଓ ଔଷଧ  ଦିଆଯାଇଥିଲା। ପରେ ହାତୀଟି ଧୀରେ ଧୀରେ ସୁସ୍ଥ ମଧ୍ୟ ହୋଇ ଆସୁଥିଲା। ହାତୀକୁ ବନ କର୍ମଚାରୀମାନେ ଜଗି ନିୟମିତ ଔଷଧ ଦେଉଥିଲେ। ହେଲେ ଆଜି ସକାଳୁ ହାତୀଟିର ମୃତ୍ୟୁ ଘଟିଥିଲା।

Related Articles

Leave a Reply

Your email address will not be published.

Back to top button