କାର- ବସ୍ ମୁହାଁମୁହିଁ, ୩୦ ମୃତ

ନୂଆଦିଲ୍ଲୀ: ଉତ୍ତରପଶ୍ଚିମ ପାକିସ୍ତାନର ପେଶାୱର ନିକଟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ବସ୍ – କାର ମୁହାଁମୁହିଁ ଧକ୍କା ହେବାରୁ ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୧୫ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନା ମୁତାବକ, ଦୁର୍ଘଟଣା ଗିଲଗିତ୍ ବାଲତିସ୍ତାନ ଇଲାକାର ଦିଆମିର ସତିଆଲ ଚୌକ ନିକଟରେ ଏହି ଦୁର୍ଘଟଣା ଘଟିଛି । ପୁଲିସର କହିବା ଅନୁସାରେ ବସଟି ଗିଲଗିତରୁ ରାୱଲପିଣ୍ଡି ଅଭିମୁଖେ ଯାଉଥିଲା । ସେହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ କାର ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏହାପରେ ଭାରସାମ୍ୟ ହରାଇ ଉଭୟ କାର ଓ ବସ୍ ଏକ ଘାଇକୁ ଖସିପଡିଥିଲେ । ଫଳରେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରେ ଉଦ୍ଧାରକାର୍ୟ୍ୟ ଜାରି ରହିଛି ।

Related Articles

Leave a Reply

Your email address will not be published.

Back to top button