କାଶ୍ମୀର ବୁଲଡୋଜର ଡ୍ରାଇଭକୁ ନେଇ ବିଜେପି ଉପରେ ବର୍ଷିଲେ ମୁଫତି

ଶ୍ରୀନଗର: କାଶ୍ମୀର ଏବେ ଆଫଗାନିସ୍ତାନ ପରି ଦୃଶ୍ୟମାନ ହେଉଛି । ସବୁଠି ବୁଲଡୋଜର ବୁଲିଛି । କାଶ୍ମୀରର ସ୍ଥାନୀୟ ଲୋକଙ୍କୁ ବିଜେପି ସରକାର ବିସ୍ଥାପିତ କରି ନିଜ ଘରୁ ବାହାର କରି ଫିଙ୍ଗି ଦେବାରେ ଲାଗିଛି । ଇସ୍ରାଏଲ ପାଲେଷ୍ଟାଇନ ସହ ଯାହା କରୁଛି, ସେହିପରି କାର୍ଯ୍ୟ କେନ୍ଦ୍ର ସରକାର କାଶ୍ମୀରରେ ମଧ୍ୟ ଜାରି ରଖିଛି । ଘାଟିରେ ଜାରି ରହିଥିବା ସରକାରୀ ଜମି ଜବରଦଖଲ ଉଚ୍ଛେଦ ଡ୍ରାଇଭକୁ ଇସ୍ରାଏଲ-ପାଲେଷ୍ଟାଇନ ସହ ଯୋଡି ବିଜେପି ସରକାରଙ୍କୁ ସମାଲୋଚନା କରିଛନ୍ତି ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହେବୁବା ମୁପତି । ମୁଫତି କହିଛନ୍ତି, ବର୍ତ୍ତମାନ ଯଦି ଆପଣ କାଶ୍ମୀରକୁ ଯାଆନ୍ତି, ତେବେ ଏହା ଆଫଗାନିସ୍ତାନ ପରି ଦୃଶ୍ୟମାନ ହେବ, କାରଣ ସେଠାରେ ବୁଲଡୋଜର ବ୍ୟବହାର କରି ଉଚ୍ଛେଦ ଜାରିରହିଛି । ଜବରଦଖଲ ଆଳରେ ଲୋକଙ୍କୁ ନିଜ ଜମିରୁ ବାହାର କରିଦିଆଯାଉଛି । ସେମାନଙ୍କୁ ବିତାଡିତ କରାଯାଉଛି ।ନିର୍ବାଚନୀ ଲାଭ ପାଇବା ପାଇଁ କାଶ୍ମୀରବାସୀଙ୍କୁ ଖରାପ ଭାବେ ସରକାର ଚିତ୍ରଣ କରିବାରେ ଲାଗିଛନ୍ତି । ପାଲେଷ୍ଟାଇନରେ ଇସ୍ରାଏଲ ଯାହା କରୁଛି, କେନ୍ଦ୍ର ସରକାର ମଧ୍ୟ କାଶ୍ମୀରରେ ଠିକ ସେହିପରି ଢଙ୍ଗରେ କାର୍ଯ୍ୟ ଜାରି ରଖିଛି । ପୂର୍ବରୁ ଭାରତୀୟ ଜନତା ପାର୍ଟି ସହ ମେଣ୍ଟରେ ସରକାର କରିଥିବା ପିଡିପି ମୁଖ୍ୟ ମୁଫତି କାଶ୍ମୀର ପ୍ରସଙ୍ଗ ନେଇ ବିଜେପି ଉପରେ ନିୟମିତ ବର୍ଷିବାରେ ଲାଗିଛନ୍ତି । ଏବେ ଜମ୍ମୁ କାଶ୍ମୀର ପ୍ରଶାସନ ଦ୍ୱାରା ଜବରଦଖଲ ଉଚ୍ଛେଦ ଡ୍ରାଇଭ ଜାରିରହିଛି । ସ୍ଥାନୀୟ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦ୍ୱାରା ଜବରଦଖଲ କରାଯାଇଥିବା ସରକାରୀ ଜମିକୁ ପୁନଃଉଦ୍ଧାର କରିବା ପାଇଁ ଏହି ଉଚ୍ଛେଦ ଅଭିଯାନ ସ୍ଥାନୀୟ ପ୍ରଶାସନ ଜାରି ରଖିଛି । ଯାହାକୁ ନେଇ ବିଜେପି ଉପରେ ମୁଫତି ବର୍ଷିଛନ୍ତି ।

Related Articles

Leave a Reply

Your email address will not be published.

Back to top button