ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ରମାଦେବୀ ପ୍ରେକ୍ଷାଳୟ ଉଦ୍‌ଘାଟିତ

ଭୁବନେଶ୍ୱର : ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପରିସରରେ ନବନିର୍ମିତ ରମାଦେବୀ ପ୍ରେକ୍ଷାଳୟକୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି । ଏହି ଅବସରରେ ରମାଦେବୀ ବିଶ୍ୱବିଦ୍ୟାଳୟ ସମ୍ପର୍କରେ ଏକ ସଂକ୍ଷିପ୍ତ ଭିଡିଓ ଚିତ୍ରକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୁଜାରୀ, ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ, ଉଚ୍ଚଶିକ୍ଷା ବିଭାଗର ସଚିବ ବିଷ୍ଣୁପଦ ସେଠୀ, ୫-ଟି ସଚିବ ଭିକେ ପାଣ୍ଡିଆନ୍‌, ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୂରୀ, କୁଳସଚିବ ଶ୍ୟାମଳୀ ମହାପାତ୍ର, ପିଜି କାଉନସିଲ ଅଧ୍ୟକ୍ଷ ଚଣ୍ଡି ଚରଣ ରଥ, ଲୋକ ସମ୍ପର୍କ ଅଧିକାରୀ ଡକ୍ଟର ମାନସ ବେହେରା, ପ୍ରଫେସର ସସ୍ମିତା ମହାନ୍ତି, ପ୍ରଫେସର ମଧୁସ୍ମିତା ପତିଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରୀ ଉପସ୍ଥିତ ଥିଲେ ।
ଏହି ଅତ୍ୟାଧୁନିକ ପ୍ରେକ୍ଷାଳୟରେ ୧ହଜାର ଦର୍ଶକ ବସିବା ପରି ବ୍ୟବସ୍ଥା ହୋଇଛି । ସୁରକ୍ଷା ବ୍ୟବସ୍ଥା ଏବଂ ଭିନ୍ନକ୍ଷମଙ୍କ ଲାଗି ସ୍ୱତନ୍ତ୍ର ସୁବିଧା ମଧ୍ୟ ରହିଛି । ପ୍ରାୟ ୧୮କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ପ୍ରେକ୍ଷାଳୟ ନିର୍ମାଣ କାର୍ଯ୍ୟ ପ୍ରାୟ ୩ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା । ଏହାର ନିର୍ମାଣ କାର୍ଯ୍ୟ ସିପିଡବ୍ଲ୍ୟୁ ଏବଂ ପିଏଚ୍‌ସି ଦ୍ୱାରା ଶେଷ ହୋଇଛି । ଏନେଇ ରୁଷା ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଦାନ ମଞ୍ଜୁର କରାଯାଇଥିଲା ।

Related Articles

Leave a Reply

Your email address will not be published.

Back to top button