ଦିଲ୍ଲୀ ଗଲେ ପିଣ୍ଟୁ ନନ୍ଦ

ଭୁବନେଶ୍ବର : ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କୁ ଅଧିକ ଚିକିତ୍ସା ପାଇଁ ଆଜି ଦିଲ୍ଲୀ ନିଆଯାଇଛି । ଭୁବନେଶ୍ୱର ବିମାନବନ୍ଦରରୁ ଦିଲ୍ଲୀ ଯାଇଛନ୍ତି ପିଣ୍ଟୁ। ତାଙ୍କୁ ଦିଲ୍ଲୀର ଆଇଏଲବିଏସ୍‌ ହସ୍ପିଟାଲକୁ ନିଆଯାଇ ଲିଭର ଟ୍ରାନ୍ସପ୍ଲାଣ୍ଟ କରାଯିବ । ଚିକିତ୍ସା ପାଇଁ ପ୍ରାୟ ୫୦କ୍ଷଟଙ୍କା ଆବଶ୍ୟକ ଥିବାରୁ ସେ ସହାୟତା ଲୋଡିଛନ୍ତି । ତାଙ୍କର ଜଣେ ବନ୍ଧୁ ନିଜର ଲିଭର ଦାନ କରିବାକୁ ଯୋଜନା କରାଯାଇଛି । ଯକୃତ ପ୍ରତିରୋପଣ ପରେ ତାଙ୍କୁ ପ୍ରାୟ ୩ମାସ ପର୍ଯ୍ୟନ୍ତ ଚିକିତ୍ସାଧୀନ ରଖାଯିବ । ଇତିମଧ୍ୟରେ ପିଣ୍ଟୁଙ୍କ ପାଇଁ ଅନେକ ଦିଗରୁ ଅର୍ଥ ସହାୟତା ମିଳିବାରେ ଲାଗିଛି । ସେହିଭଳି କିମ୍ସ  ପକ୍ଷରୁ ସବୁ ସୁବିଧା ପ୍ରଦାନ କରାଯିବା ସହିତ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ତାଙ୍କୁ ଦୁଇ ଲକ୍ଷ ଟଙ୍କା ସହୟତା ଦେଇଛନ୍ତି ଏବଂ ତାଙ୍କ ପିଲାଙ୍କ ପାଠପଢା ଦାୟିତ୍ୱ ନେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button