କୃଷି ଋଣ ଓ ପ୍ରୋତ୍ସାହନ ପାଇଁ ୨୦ ଲକ୍ଷ କୋଟି ବ୍ୟବସ୍ଥା

ନୂଆଦିଲ୍ଲୀ: ସବୁ କଳ୍ପନାଜଳ୍ପନାର ଅନ୍ତଃ ଘଟିଛି । ବୁଧବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ସଂସଦରେ ଦିନ ୧୧ଟା ବେଳେ ବଜେଟ ଉପସ୍ଥାପନ କରିଛନ୍ତି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହା ମୋଦୀ ସରକାରଙ୍କ ଶେଷ ତଥା ପୂର୍ଣ୍ଣାଙ୍ଗ ବଜେଟ ।  ତେବେ କୃଷି ଋଣ ଓ ପ୍ରୋତ୍ସାହନ ପାଇଁ ୨୦ ଲକ୍ଷ କୋଟି ବ୍ୟବସ୍ଥା ରହିବ ବୋଲି ଅର୍ଥମନ୍ତ୍ରୀ ନିଜର ବଜେଟ ଅଭିଭାଷଣରେ କହିଛନ୍ତି ।  ଏହାଛଡ଼ା ସେ କହିଛନ୍ତି ଯେ ଚାଷୀ, ମହିଳା, ଓବିସି, ଏସସି/ଏସଟି, ବଞ୍ଚିତ ସମସ୍ତଙ୍କ ବିକାଶ ପାଇଁ ଏହି ବଜେଟ । ଆଗ୍ରି ଷ୍ଟାର୍ଟଅପ ପ୍ରୋତ୍ସାହନ ପାଇଁ ଆଗ୍ରି  ଆକ୍ସିଲେରେଟର ଫଣ୍ଡ ବ୍ୟବସ୍ଥା ରହିଛି ।  ଆତ୍ମନିର୍ଭର କ୍ଲିନ ପ୍ଲାଣ୍ଟ ପ୍ରୋଗ୍ରାମ ଆରମ୍ଭ ନେଇ ମଧ୍ୟ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ।   ସରକାରଙ୍କ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ମହାମାରୀର ସଫଳ ଏବଂ ଦୃଢତାରର ମୁକାବିଲା କରାଯାଇଛି ।  ସାରା ଦେଶରେ ଟିକାକରଣ ପ୍ରୋଆକ୍ଟିଭ ମୋଡରେ କରାଯାଇଛି ।  ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ରାସନ ଦିଆଯାଇଛି ।
ମୁଣ୍ଡପିଛା ଆୟ ଦ୍ୱିଗୁଣିତ ହୋଇ ୧.୯୭ ଲକ୍ଷରେ ପହଞ୍ଚି ପାରିଛି ।  ସାରା ବିଶ୍ୱରେ ଭାରତ ପଞ୍ଚମ ବୃହତ୍ତମ ଅର୍ଥନୀତି ହୋଇପାରିଛି ।  ୧୨୦ କୋଟି ଲୋକଙ୍କୁ ୨୨୦ କୋଟି ଡୋଜ ଟିକା ଦିଆଯାଇଛି ।  ୯.୬ କୋଟି ଏଲପିଜି କନେକ୍ସନ ଦିଆଯାଇଛି ।  ୪୭ କୋଟି ପ୍ରଧାନମନ୍ତ୍ରୀ ଜନଧନ ଆକାଉଣ୍ଟ ଖୋଲା ଯାଇଛି ।

Related Articles

Leave a Reply

Your email address will not be published.

Back to top button