ଗୁଜୁରାଟରେ ପ୍ରଶ୍ନପତ୍ର ଲିକ୍: ମାଲକାନଗିରିରୁ ଶିକ୍ଷକ ଗିରଫ

ମାଲକାନଗିରି: ଗୁଜରାଟରୁ ମାଲକାନଗିରି ଲମ୍ବିଛି ବଡ ଧରଣର ପ୍ରଶ୍ନପତ୍ର ସ୍କାମ। ଗୁଜରାଟ ପଞ୍ଚାୟତ ସର୍ଭିସ ସିଲେକ୍ସନ ବୋର୍ଡ ତରଫରୁ ଗତ କିଛି ଦିନ ତଳେ କନିଷ୍ଠ କିରାଣୀ ପଦବୀ ପାଇଁ ପରୀକ୍ଷା ହେବାର ଥିଲା। କିନ୍ତୁ ଏହା ପୂର୍ବରୁ ପ୍ରଶ୍ନପତ୍ର ଲିକ ହେବାରୁ ଏହି ପରୀକ୍ଷାକୁ ବାତିଲ କରାଯାଇଛି। ପରୀକ୍ଷାର ପ୍ରଶ୍ନପତ୍ର ଲିକ ହେବା ପରେ ମାଲକାନଗିରି ଜିଲ୍ଲାର କର୍ତ୍ତନପାଲୀ ସରକାରୀ ହାଇସ୍କୁଲର ସରୋଜ ମାଲୁ ନାମକ ଶିକ୍ଷକ ଏହି ଉତ୍ତର ଲେଖି ପ୍ରଦାନ କରିଥିବାରୁ ମାଲକାନଗିରି ପୋଲିସ ସରୋଜକୁ ଗିରଫ କରିଛି। ଗୁଜରାଟ ପଞ୍ଚାୟତ ବିଭାଗ ତରଫରୁ କନିଷ୍ଠ କିରାଣୀ ପାଇଁ ରାଜ୍ୟରୁ ୯ ଲକ୍ଷ ୫୩ ହଜାର ପିଲା ମାତ୍ର ୧୧୮୧ ଟି ପୋଷ୍ଟ ପାଇଁ ନାମ ପଞ୍ଜିକରଣ କରିଥିଲେ। ଏହି ପରୀକ୍ଷା ରାଜ୍ୟର ୨୯୯୫ଟି ସେଣ୍ଟରରେ ପରୀକ୍ଷା ହେବାର ଥିଲା। କିନ୍ତୁ ଏହା ପୂର୍ବରୁ ପ୍ରଶ୍ନପତ୍ର ଲିକ ହୋଇଥିଲା। ଏଥିରେ ସରୋଜ ମଧ୍ୟ ପ୍ରଶ୍ନପତ୍ର ପାଇ ଏହାର ଉତ୍ତର ପଠାଇଥିଲେ।ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୫ ଜଣଙ୍କୁ ଗିରଫ କରାଯାଇଛି। ଆଗାମୀ ୧୦୦ ଦିନ ମଧ୍ୟରେ ଏହି ପରୀକ୍ଷା ଆଉ ଥରେ ହେବ ବୋଲି ପଞ୍ଚାୟତ ବିଭାଗ ଉନ୍ନୟନ କମିଶନର କହିଛନ୍ତି। ତେବେ ଗୁଜରାଟ ପୋଲିସ ଅଭିଯୋଗ କରିବା ପରେ ମାଲକାନଗିରି ଏସପି ନିତେଶ ଵାଧଵାନୀ ଏହି ଘଟଣାକୁ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button