ପୁଣି ପତ୍ନୀଙ୍କ ହାତ ଧରିଲେ ହ୍ୟୁମାନ ସାଗର

ଭୁବନେଶ୍ୱର : ଓଲିଉଡର ଆଗଧାଡିର ଗାୟକ ହ୍ୟୁମାନ ସାଗର ଓ ପତ୍ନୀ ଶ୍ରୀୟା ମିଶ୍ରଙ୍କ ପାରିବାରିକ ବିବାଦରେ ପୂର୍ଣ୍ଣଛେଦ ପଡିଛି । ଉଭୟ ଏକାଠି ହୋଇ ନିଜର ଭୁଲ ସ୍ୱୀକାର କରିଛନ୍ତି । ମହିଳା ଥାନରେ ହ୍ୟୁମାନ ସାଗର ତାଙ୍କ ମା’ ଓ ପରେ ଶ୍ରୟା ଓ ତାଙ୍କ ଝିଅ ଆସି ପହଞ୍ଚିଥିଲେ । ଝିଅକୁ ଦେଖିବା ପରେ ନିଜକୁ ସମ୍ଭାଳି ନପାରି ହ୍ୟୁମାନ ତାକୁ କୋଳେଇ ନେବା ସହିତ କିଛି ସମୟ ତା’ ସହିତ କଥା ହୋଇଥିଲେ । ଏସିପି ଅମିତାଭ ମହାପାତ୍ର ଓ ମହିଳା ଥାନା ଅଧିକାରୀ ଅନସୂୟା ନାୟକ ଉଭୟ ହ୍ୟୁମାନ, ତାଙ୍କ ମା’ ଓ ଶ୍ରୀୟାଙ୍କୁ ଏକାଠି ବସାଇ ଦୀର୍ଘ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି କାଉନସେଲିଂ କରିଥିଲେ । ଏହାପରେ ଶ୍ରୀୟା ଓ ହ୍ୟୁମାନଙ୍କୁ ଏକୁଟିଆ କଥା ହେବା ପାଇଁ ଛାଡି ଦିଆଯାଇଥିଲା । ପ୍ରାୟ ଅଧଘଣ୍ଟା କଥା ହେବାପରେ ମନାନ୍ତର ଓ ମତାନ୍ତରକୁ ନେଇ ଉଭୟ ପଶ୍ଚାତ୍ତାପ କରିଥିଲେ । ଆଗକୁ ଯେପରି ଏଭଳି ଭୁଲ ନ ହେବ ସେଥିପାଇଁ ଉଭୟ ଯତ୍ନବାନ ରହିବେ ବୋଲି ନିଷ୍ପତ୍ତି ନେଇଥିଲେ । ଉଭୟ ପରିବାରଙ୍କ ମଧ୍ୟରେ ଚାଲିଥିବା ଆରୋପକୁ ଦୂରେଇବା ଲାଗି ଆହୁରି ଏକ ମାସ ସମୟ ଦିଆଯାଇଥିଲା । ଶ୍ରୀୟା ବର୍ତ୍ତମାନ ପାଇଁ ଝିଅ ସହିତ ବାପଘରେ ରହିବେ । ଦୁହେଁ ପରସ୍ପର ଭିତରେ ଯୋଗସୂତ୍ର ରକ୍ଷା କରିବେ । ଏହି ସମୟ ମଧ୍ୟରେ ହ୍ୟୁମାନ ଓ ଶ୍ରୀୟା ପ୍ରତ୍ୟେକ ଦିନ ଫୋନରେ କଥାବାର୍ତ୍ତା ହେବେ । ହ୍ୟୁମାନ ଚାହିଁଲେ ତାଙ୍କ ଝିଅ ସହିତ କଥାବାର୍ତ୍ତା ସହିତ ଶ୍ୱଶୁର ଘରକୁ ଯାଇପାରିବେ । ଏହାପରେ ହିନ୍ଦୁ ପରମ୍ପରା ଅନୁଯାୟୀ ଭଳ ଦିନ ଦେଖି ଶାଶୂଘର ଫେରିଯିବା ପାଇଁ ଅନୁମତି ଦିଆଯାଇଥିଲା ।

Related Articles

Leave a Reply

Your email address will not be published.

Back to top button