ବର୍ଷା ପ୍ରିୟଦର୍ଶିନୀଙ୍କ ବିରୋଧରେ ହୋଇଥିବା ଅଭିଯୋଗ ମିଛ

କଟକ : ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଆଶ୍ୱସ୍ତି । ତାଙ୍କ ବିରୋଧରେ ଜାତିଆଣ ଆକ୍ଷେପ, ଦୁର୍ବ୍ୟବହାର ନେଇ ହୋଇଥିବା ଅଭିଯୋଗ ମିଛ । ଅଭିଯୋଗ କରିଥିବା ଯୁବତୀଜଣଙ୍କ ଏଭଳି ଅଭିଯୋଗ ନେଇ ଆଉ ଆଗକୁ ଅଗ୍ରସର ହେବାକୁ ଚାହୁଁ ନାହାନ୍ତି ବୋଲି ଲିଖିତ ଭାବେ ଜଣାଇଛନ୍ତି । ଭୁବନେଶ୍ୱର ଡିସିପି ଦାଖଲ କରିଥିବା ରିପୋର୍ଟରୁ ଏଭଳି କଥା ସ୍ପଷ୍ଟ ହୋଇଛି । ଅନ୍ୟପଟେ ଏପରି ଏତଲା ଦେବା ପଛରେ ଯଦି କିଛି କାରଣ ରହିଥିବା ତାହା ଖୋଜି ବାହାର କରାଯିବ ଏବଂ ଯଦି କୌଣସି ବ୍ୟକ୍ତି ନିଜ କାର୍ଯ୍ୟସାଧନ ପାଇଁ ଏତଲା ପଞ୍ଜୀକରଣକୁ ବ୍ୟବହାର କରିଥିବେ, ତାହ ଖୋଜି ବାହାର କରିବାକୁ ହାଇକୋର୍ଟ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯଦି ଆବେଦନକାରୀ ମିଛ ମାମଲା କରିଥିବେ, ତେବେ ପୁଲିସ୍ ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିପାରିବ ବୋଲି ହାଇକୋର୍ଟ କହିଛନ୍ତି । ଡକ୍ଟର ଜଷ୍ଟିସ୍ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣୀ କରି ଏପରି ନିର୍ଦ୍ଦେଶ ଦେଇଛନ୍ତି । ଜାନୁଆରି ୩୧ମାମଲାର ପରବର୍ତ୍ତୀ ଶୁଣାଣୀ ପାଇଁ ଧାର୍ଯ୍ୟ କରାଯାଇଛି ।