ପ୍ରେମିକା ହେବାକୁ ନୋରାଙ୍କୁ ଲୋଭ ଦେଖାଇଥିଲେ ସୁକେଶ

ମୁମ୍ବାଇ: ୨୧୫ କୋଟି ଟଙ୍କା ଠକେଇ ମାମଲାରେ ଜେଲରେ ଥିବା ଠକ ସୁକେଶ ଚନ୍ଦ୍ରଶେଖର ସଂକ୍ରାନ୍ତରେ ଅଭିନେତ୍ରୀ ନୋରା ଫତେହିଙ୍କ ବୟାନ ରେକର୍ଡ କରାଯାଇଛି । ନିଜ ବୟାନରେ ନୋରା କହିଛନ୍ତି ଯେ, ଠକ ସୁକେଶ ତାଙ୍କୁ ପ୍ରେମିକା ହେବା ପାଇଁ ବିଭିନ୍ନ ଲୋଭନୀୟ ଅଫର ଦେଇଥିଲା । ସହଯୋଗୀ ଫିଙ୍କି ଇରାନୀ ନୋରାଙ୍କୁ ଭେଟି ଅଫର ବାବଦରେ କହିଥିଲେ । ବଡ଼ ଘର ଏବଂ ଏକ ସୌଖୀନ ଜୀବନ ବଞ୍ଚିବା ଲାଗି ଯାହାସବୁ ଆବଶ୍ୟକ, ତାହା ଯୋଗାଇ ଦିଆଯିବ ବୋଲି ସୁକେଶ କହିଥିଲା । ଏଥିପାଇଁ ନୋରାଙ୍କୁ ସୁକେଶର ପ୍ରେମିକା ସାଜିବାକୁ ପଡ଼ିବ ବୋଲି ପିଙ୍କି ଇରାନୀ ସର୍ତ୍ତ ରଖିଥିଲେ । ସେ ଆହୁରି ବି କହିଥିଲେ ଯେ, ଏହି ଅଫରରେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ରାଜି ଅଛନ୍ତି । କିନ୍ତୁ ସୁକେଶ କେବଳ ନୋରାଙ୍କୁ ଚାହେଁ ବୋଲି କୁହାଯାଇଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button