ସିକନ୍ଦରାବାଦ ଓ ବିଶାଖାପାଟନାମ ମଧ୍ୟରେ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ୍‌

ନୂଆଦିଲ୍ଲୀ: ସିକନ୍ଦରାବାଦ ଓ ବିଶାଖାପାଟନାମ ମଧ୍ୟରେ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ୍‌ ଗଡିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଜ ପତାକା ଦେଖାଇ ଏହାକୁ ଶୁଭାରମ୍ଭ କରିଛନ୍ତି  । ଭିଡିଓ କନଫରନସିଂ ଜରିଆରେ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି  । ଏହି ଅବସରରେ ମୋଦି କହିଛନ୍ତି ଏହି ବନ୍ଦେ ଭାରତ ଏକ୍ସପ୍ରେସ ସେହି ଭାରତର ପ୍ରତିକ ଯାହା ତା’ର ନାଗରିକଙ୍କୁ ଭଲ ସୁବିଧା ଦେବାକୁ ଚାହୁଁଛି  । ଏହା ସେହି ଭାରତର ପ୍ରତୀକ ଯାହା ଗୋଲାମି ମାନସିକତାରୁ ବାହାରି ଆତ୍ମନିର୍ଭରତା ଆଡକୁ ପାଦ ବଢାଉଛି  । ମୋଦି ଆହୁରି କହିଛନ୍ତି ଆଜି ବନ୍ଦେ ଭାରତକୁ ନେଇ ଯେଉଁଭଳି ଭାବେ ଶୀଘ୍ର କାମ ହେଉଛି ତାହା ବାସ୍ତବରେ ପ୍ରଶଂସନୀୟ  । ୨୦୨୩ ବା ନୂଆ ବର୍ଷରେ ବନ୍ଦେ ଭାରତ ଏକ୍ସପ୍ରେସ ପ୍ରଥମ ଥର ପାଇଁ ଗଡ଼ିଛି  । କିନ୍ତୁ ୧୫ ଦିନ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସର ଏହା ଦ୍ୱିତୀୟ ଉଦଘାଟନ  । ପ୍ରଧାନମନ୍ତ୍ରୀ ତାଙ୍କ ଉଦବୋଧନରେ ଆହୁରି କହିଛନ୍ତି, ଯେତେବେଳେ ସଂଯୋଗ ଓ ଭିତ୍ତିଭୂମି ଏକାଠି ହୁଏ ତାହା ସ୍ୱପ୍ନ ଓ ବାସ୍ତବତାକୁ ଏକାଠି ଯୋଡ଼ିଥାଏ  । ଟ୍ରେନର ସକ୍ଷମତାକୁ ନେଇ ବିବରଣୀ ଦେଇଛି ରେଳ ବିଭାଗ  । ତାହା ସହ ଏହି ଟ୍ରେନ୍‌ ସିକନ୍ଦରାବାଦ ଓ ବିଶାଖାପାଟଣାକୁ ଯାତାୟାତ କରିବାକୁ ୮ ଘଣ୍ଟା ସମୟ ଲାଗିବ ବୋଲି କୁହାଯାଇଛି  । ଏହା ଭାରତର ଅଷ୍ଟମ ବନ୍ଦେ ଭାରତ ଏକ୍ସପ୍ରେସ ବୋଲି କହିଛି ରେଳବାଇ  ।

Related Articles

Leave a Reply

Your email address will not be published.

Back to top button