୧୭ରୁ ରାଜ୍ୟରେ ବର୍ଷା

ଭୁବନେଶ୍ୱର : ରାଜ୍ୟରେ ଏବେ ଶୀତ କମ୍‌ ରହିଥିବାବେଳେ ଆଜି ସକାଳୁ ଘନକହୁଡି ଦେଖିବାକୁ ମିଳିଥିଲା । ଗତକାଲି ରାତିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା କୋରାପୁଟଠାରେ ୭.୫ଡିଗ୍ରି ରେକର୍ଡ ହୋଇଥିଲା । ସେହିପରି ଦାରିଂବାଡିଠାରେ ୧୦ଡିଗ୍ରି, କଟକରେ ୧୭.୦ଡିଗ୍ରି ଓ ଭୁବନେଶ୍ୱରରେ ୧୬.୪ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତା ୪ରୁ ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ଶୀତ ସମ୍ଭାବନା ନାହିଁ କିମ୍ବା ତାପମାତ୍ରାରେ କୌଣସି ପରିବର୍ତ୍ତନ ଦେଖାଯିବ ନାହିଁ । ଉପକୂଳ ଓଡିଶା ଯଥା, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଗଜପତି ଓ ଗଞ୍ଜାମ ଆଦି ଜିଲ୍ଲାରେ ଆସନ୍ତାକାଲି ହାଲୁକାରୁ ମଧ୍ୟମ ଧରଣର  କୁହୁଡି ଦେଖିବାକୁ ମିଳିବ ।  ୧୭ ତାରିଖ ଆଡକୁ ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ସମ୍ଭାବନା ଥିବା ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ସୁନ୍ଦରଗଡ, କେନ୍ଦୁଝର, ବାଲେଶ୍ୱର , ମୟୁରଭଂଜ, ଭଦ୍ରକ, କେନ୍ଦ୍ରାପଡା, ଢେଙ୍କାନାଳ, ଯ।।ଜପୁର, କଟକ, ଜଗତସିଂହପୁର ଆଦି ଜିଲ୍ଲାରେ ୧୭ ତାରିଖ ଦିନ ହାଲୁକା ବର୍ଷା ହେବ । ସେହିଭଳି ୧୮ ତାରିଖ ଦିନ ମଧ୍ୟ ମୟୁରଭଂଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଓ ଯାଜପୁର ଆଦି ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ରହିଛି। ଆସନ୍ତାକାଲି ଭୁବନେଶ୍ୱର ସମେତ ଏହାର ଆଖପାଖ ଅଂଚଳର ଦିନର ସର୍ବୋଚ୍ଚ ତାପମାତ୍ରା ୩୦ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୧୭ ଡିଗ୍ରି ରହିବ ବୋଲି ସୂଚନା ମିଳିଛି।

Related Articles

Leave a Reply

Your email address will not be published.

Back to top button