ଚାକିରି ନାଁ ରେ ଠକେଇ, ଆଇଟି ଇଞ୍ଜିନିୟର ଗିରଫ

ଭୁବନେଶ୍ୱର:ପ୍ରତି ରାଜ୍ୟରେ ଥିବା ଠକ ଏଜେଣ୍ଟଙ୍କ ଜରିଆରେ ଷଡ଼ଯନ୍ତ୍ର ରଚି ପାଖାପାଖି ୫୦ହଜାରରୁ ଅଧିକ ଯୁବକଯୁବତୀଙ୍କୁ ଚାକିରି ଦେବା ନାଁ ରେ କୋଟି କୋଟି ଟଙ୍କା ଠକେଇର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଆଇଟି ଇଞ୍ଜିନିୟର ଗିରଫ ହୋଇଛି। ଅଭିଯୁକ୍ତ ଅର୍ପିତା ପଞ୍ଚଲକୁ ମଧ୍ୟପ୍ରଦେଶରୁ ଗିରଫ କରି ଟ୍ରାଂଜିଟ ରିମାଣ୍ଡରେ ଆଣିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା।  ଫ୍ରଡ ଇଂଜିନିୟର ଜଣକ ଉତ୍ତର ପ୍ରଦେଶର ଆଲିଗଡ଼ ଅଞ୍ଚଳରେ ବିଶେଷଜ୍ଞମାନଙ୍କ ଜରିଆରେ ଫେକ ୱେବ ସାଇଟ ତିଆରି କରିଥିଲା। ଗିରଫ ଅଭିଯୁକ୍ତ ୱେବ ସାଇଟ ଡିଜାଇନ କରିବା ସହ ଏକ ପ୍ରାଇଭେଟ ଏଜେନ୍ସିରେ କାମ କରୁଥିଲା। ୪ଟି ୱେବ ସାଇଟ ଖୋଲି କମ୍ପୁଟରରୁ ଅପରେଟ କରୁଥିଲା ନିଜେ। ପୂର୍ବରୁ ଗିରଫ ହୋଇଥିବା ଜାଫର ଅହମ୍ମଦ ସରକାରୀ ୱେବ ସାଇଟ ଭଳି ଦେଖା ଯାଉଥିବା ୯ଟି ୱେବ ସାଇଟ ଖୋଲି ଲୋକଙ୍କୁ ଚାକିରି ଦେବା ନାଁ ରେ ଲୁଟିଥିଲା। ତେବେ ଏମାନଙ୍କ ଭିତରୁ କେବଳ ଓଡ଼ିଶାରୁ ୧୨ ହଜାର ଲୋକଙ୍କୁ ଚାକିରି ଦେବା ନାଁ ରେ ୩ ହଜାର ରୁ  ୫୦ ହଜାର ଟଙ୍କା ପର୍ୟ୍ୟନ୍ତ ଠକି ନେଇଥିବା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ତଦନ୍ତରୁ ଜାଣିବାକୁ ପାଇଛି।

Related Articles

Leave a Reply

Your email address will not be published.

Back to top button