ଡିଜାଇନର ଟୋପି

ଶୀତ ଦିନକୁ ଦିନ ବଢ଼ିବାରେ ଲାଗିଛି । ଶୀତର ପ୍ରକୋପରୁ ରକ୍ଷା ପାଇବା ପାଇଁ ଶୀତବସ୍ତ୍ର ଏକାନ୍ତ ଆବଶ୍ୟକ ହୋଇପଡ଼ିଥାଏ । ଶୀତ ଯୋଗୁଁ କେତେଜଣ ଟୋପି ପିନ୍ଧନ୍ତି । ଆଜିକାଲି ବଜାରରେ ଲୋକଙ୍କ ଚାହିଦାକୁ ଦେଖି ବିଭିନ୍ନ ଡିଜାଇନରେ ଟୋପି ମିଳିଲାଣି । କେବେ ଅକ୍ଟୋପସ୍ ଟୋପି ଦେଖୁଥିଲେ । ଗଲା କିଛି ବର୍ଷ ହେବ ଏହି ଟୋପିର ଟ୍ରେଣ୍ଡ ଯୁବପିଢ଼ିଙ୍କୁ ଆକୃଷ୍ଟ କରିଥିଲା । ଅକ୍ଟୋପସ୍ ଆକୃତିରେ ତିଆରି ହୋଇଥିବା ଏହି ଟୋପିର ବିକି୍ର ବଢ଼ିଛି । କାନ, ପାଟି, ବେକକୁ ଆବୃତ କରି ରଖୁଥିବା ଅକ୍ଟୋପସ୍ ଟୋପିର ଦାମ୍ ୭୦୦ଟଙ୍କାରୁ ଆରମ୍ଭ । ବେଶ୍ ସୁନ୍ଦର ଭାବେ ଡିଜାଇନ୍ ହୋଇଥିବା ହେଲ୍ମେଟ୍ ଟୋପି ବି ବଜାରକୁ ଆସିଛି । ହଠାତ୍ ଦେଖିଲେ କେହି ଜାଣିପାରିବେ ନାହିଁ ଯେ ଏହା ଉଲ୍ ତିଆରି ଟୋପି । ପୁରୁଷଙ୍କ ପାଇଁ ବିଶେଷଜ୍ଞ ଭାବେ ଡିଜାଇନ୍ ହୋଇଥିବା ହେଲ୍ମେଟ୍ ଟୋପିର ଦାମ୍ ୧୧୦୦ଟଙ୍କା ।

Related Articles

Leave a Reply

Your email address will not be published.

Back to top button