ଲାଞ୍ଚ ନେଇ ବନ୍ଧା ହେଲେ ଅବକାରୀ ଇନ୍ସପେକ୍ଟର ସଞ୍ଜୟ ପଣ୍ଡା

ଭୁବନେଶ୍ୱର: ପୁଣି ଚର୍ଚ୍ଚାକୁ ଆସିଛନ୍ତି ପୁରୀର ବିବାଦୀୟ ଅବକାରୀ ମୋବାଇଲ୍‌ ସ୍କ୍ୱାଡ୍‌ ଇନ୍ସପେକ୍ଟର୍‌ ସଞ୍ଜୟ ପଣ୍ଡା । ଖାଲି ଚର୍ଚ୍ଚାକୁ ଆସି ନାହାନ୍ତି ୧୮ ହଜାର ଲାଞ୍ଚନେଇ ଭିଜିଲାନ୍ସ ହାତରେ ଧରା ପଡ଼ି ଜେଲ୍‌ ଯାଇଛନ୍ତି ଏହି ବିବାଦୀୟ ଇନ୍ସପେକ୍ଟର । ଏକ ମାମଲାରେ କୋର୍ଟକୁ କେସ୍‌ ଡାଏରୀ (ସିଡି) ପଠାଇବା ପାଇଁ ୧୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭୁବନେଶ୍ୱର ଭିଜିଲାନ୍ସ ଥାନାର ଅଧିକାରୀମାନେ ତାଙ୍କୁ କାବୁ କରିଥିଲେ । ତାଙ୍କ ଠାରୁ କେମିକାଲ ବୋଳା ଲାଞ୍ଚ ଟଙ୍କା ଜବତ କରାଯାଇଛି । ଇନ୍ସପେକ୍ଟର ଶ୍ରୀ ପଣ୍ଡାଙ୍କର ୨ଟି ସ୍ଥାନରେ ଥିବା ଘରେ ଚଢ଼ଉ କରାଯାଇଛି । ଏନେଇ ଭିଜିଲାନ୍ସ ଥାନାରେ ମାମଲା (୧/୨୩) ରୁଜୁ ହୋଇଛି । ମାମଲାର ତଦନ୍ତ ଜାରି ରହିଛି । ଜିଲ୍ଲା ଅବକାରୀ ମୋବାଇଲ୍‌ ସ୍କ୍ୱାଡ୍‌ ଇନ୍ସପେକ୍ଟର୍‌ ଶ୍ରୀ ପଣ୍ଡା ଗତ ବର୍ଷ ଜୁନ୍‌ ମାସରେ ବିବାଦୀୟ ଚିଠି ଲେଖି ଚର୍ଚ୍ଚାକୁ ଆସିଥିଲେ । ସ୍ଥିତି ଏମିତି ହୋଇଥିଲା ଯେ ସେ କିଛି ଦିନ ପାଇଁ ବିବାଦରେ ଛନ୍ଦି ହୋଇଯାଇଥିଲା । ସେ ଜୁନ୍‌ ୪ ତାରିଖରେ ଅବକାରୀ କମିଶନରଙ୍କୁ ଚିଠି ଲେଖି ସେଥିରେ ଉଲ୍ଲେଖ କରିଥିଲେ ପୁଲିସ ମାସିକିଆ ବଟି ନେଇ ପୁରୀ ଜିଲ୍ଲାରେ ନିଶା କାରବାରକୁ ପ୍ରୋତ୍ସାହନ ଦେଉଛି । ଖାଲି ଅବକାରୀ କମିଶନର ନୁହନ୍ତି ପୁରୀ ଜିଲ୍ଲାପାଳ ଓ ଏସ୍‌ପିଙ୍କ ନିକଟକୁ ମଧ୍ୟ ଚିଠିରେ ଏଭଳି ସାଂଘାତିକ ଅଭିଯୋଗ କରି ପୁଲିସ୍‌ ବିରୋଧରେ କାର୍ୟ୍ୟାନୁଷ୍ଠାନ ଦାବି କରିଥିଲେ ।

Related Articles

Leave a Reply

Your email address will not be published.

Back to top button