ପାକିସ୍ତାନକୁ ବନ୍ୟା ପୁନନିର୍ମାଣ ଲାଗି ଆମେରିକା ଦେବ ଅଧିକ ୧୦ କୋଟି ଡଲାର

ୱାସିଂଟନ: ଗତବର୍ଷ ପାକିସ୍ତାନରେ ଆସିଥିବା ବିନାଶକାରୀ ବନ୍ୟା ଓ ତତଜନିତ କ୍ଷୟକ୍ଷତି ପୁନନିର୍ମାଣ ନିମନ୍ତେ ଆମେରିକା ଅତରିକ୍ତ ୧୦୦ ମିଲିୟନ (୧୦ କୋଟି) ଡଲାର ଦେବାକୁ ଘୋଷଣା କରିଛି। ଫଳରେ ବନ୍ୟା ଜନିତ ପାକିସ୍ତାନର ପ୍ରାକୃତିକ ଦୁର୍ବିପାକରେ ଆମେରିକାର ସହାୟତା ୨୦୦ ମିଲିୟନ ଡଲାରକୁ ପହଞ୍ଚିଛି। ଆମେରିକା ବିଦେଶ ମନ୍ତ୍ରାଳୟ ମୁଖପାତ୍ର ନେଡ ପ୍ରାଇସ୍‌ ଏହି ସୂଚନା ଦେଇଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ନେଡ ପ୍ରାଇସ୍ ଏହି ଆର୍ଥିକ ସହାୟତାର ଉପଯୋଗ ବନ୍ୟାରୁ ରକ୍ଷା ଓ ରୋଗ ନିୟନ୍ତ୍ରଣ ପାଇଁ କରାଯିବ ବୋଲି କହିଛନ୍ତି । ସେ କହିଛନ୍ତି ଯେ ଏହି ଆର୍ଥିକ ସହାୟତାରେ ଆର୍ଥିକ ବିକାଶ, ସ୍ୱଚ୍ଛ ଶକ୍ତି, ଜଳବାୟୁ ସ୍ମାର୍ଟ କୃଷି, ଖାଦ୍ୟ ସୁରକ୍ଷା ଓ ଭିତ୍ତିଭୂମି ପୁନନିର୍ମାଣ ଆଦି ସାମିଲ ରହିବ। ଏହା ଛଡା ପାଣ୍ଠିରେ ଶରଣାର୍ଥୀ କ୍ଷେତ୍ରରେ ବନ୍ୟା ରିଲିଫ ଓ ରିକୋଭରି ପ୍ରୟାସର ସମର୍ଥନ ଲାଗି ମାନବୀୟ ସହାୟତା ମଧ୍ୟ ସାମିଲ ରହିଛି। ନେଡ ପ୍ରାଇସ୍ କହିଛନ୍ତି ଯେ ଆମେରିକା ସରକାର ବନ୍ୟା ମୁକାବିଲା, ଖାଦ୍ୟ ସୁରକ୍ଷା, ବିପର୍ଯ୍ୟୟ ପ୍ରସ୍ତୁତି ଓ କ୍ଷମତା ନିର୍ମାଣ ପ୍ରୟାସରେ ପାକିସ୍ତାନ ସହିତ କାନ୍ଧକୁ କାନ୍ଧ ମିଳାଇ କାମ କରିଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନରେ ରିକଭରି ଓ ପୁନନିର୍ମାଣ ଏକ ସତତ ପ୍ରକ୍ରିୟା ହେବ ଓ ଆମେରିକା ନିଜ ଉଦ୍ୟମରେ ଇସ୍ଲାମାବାଦ ପ୍ରତି ନିଜର ସମର୍ଥନ ଜାରି ରଖିବ। ଡନ ସମ୍ବାଦପତ୍ର ରିପୋର୍ଟ ଅନୁସାରେ ଜାନୁୟାରୀ ୯ ତାରିଖ ଦିନ ବିନାଶକାରୀ ବନ୍ୟାରୁ ମୁକୁଳିବା ଲାଗି ସହାୟତା ଆକାରରେ ଆମେରିକା ୯ ବିଲିୟନ ଡଲାରରୁ ଅଧିକ ସହାୟତା ରାଶି ପ୍ରଦାନ କରିଛି।

Related Articles

Leave a Reply

Your email address will not be published.

Back to top button