ସୁଟିଂ ବେଳେ ଆହତ ହେଲେ ଫିଲ୍ମ ନିର୍ମାତା ରୋହିତ ସେଟ୍ଟୀ, ଅପରେସନ୍ ପରେ ସୁସ୍ଥ

ନୂଆଦିଲ୍ଲୀ: ବଲିଉଡ ପାଇଁ  ଆସିଲା ଏକ ଦୁଃଖଦ ଖବର। ଫିଲ୍ମ ନିର୍ମାତା ରୋହିତ ଶେଟ୍ଟୀ ହସ୍ପିଟାଲରେ ଭର୍ତ୍ତି ହେଲେ। ଷ୍ଟଣ୍ଟ ଦୁନିଅାର ବାଦଶାହ କହିଲେ ସମସ୍ତଙ୍କ ମୁହଁରେ ଗୋଟିଏ ହିଁ ନାଁ ଆସେ। ସେ ହେଉଛନ୍ତି ରୋହିତ ଶେଟ୍ଟୀ। ଫିଲ୍ମ ଶୁଟିଂ ସମୟରେ ତାଙ୍କୁ ଗଭୀର ଆଘାତ ଲାଗିଥିବା ଜଣାପଡିଛି। ଏହା ପରେ ରୋହିତଙ୍କୁ ସଙ୍ଗେ ସଙ୍ଗେ ହାଇଦ୍ରାବାଦସ୍ଥିତ କାମିନେନୀ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି। ରୋହିତ ଏଠାରେ ନିଜର ‘ଇଣ୍ଡିଆନ ପୋଲିସ ଫୋର୍ସ ନାମକ ଏକ ୱେବ ସିରିଜର ସୁଟିଂ କରୁଥିଲେ। ସେଠାରେ ସେ ଏକ କାର ଷ୍ଟଣ୍ଟ ସିନ କରୁଥିବା ବେଳେ ତାଙ୍କ ହାତରେ ଆଘାତ ଲାଗିଥିବା ଜଣା ପଡିଛି। ସୂଚନା ଅନୁସାରେ ରୋହିତ ବର୍ତ୍ତମାନ ନିଜର ୱେବ ସିରିଜ ଇଣ୍ଡିଆନ ପୋଲିସ ଫୋର୍ସର ଶୁଟିଂରେ ବ୍ୟସ୍ତ ରହିଛନ୍ତି। ଏମିତିରେ ସେ ଅାହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ହାଇଦ୍ରାବାଦସ୍ଥିତ କାମିନେନୀ ହସ୍ପିଟାଲରେ ରୋହିତଙ୍କ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମାଇନର ସଜର୍ରୀ କରାଯାଇଛି। ବର୍ତ୍ତମାନ ରୋହିତଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ଥିବା କୁହାଯାଉଥିବାବେଳେ। ଖୁବ ଶୀଘ୍ର ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ ମିଳିପାରେ। ରୋହିତଙ୍କ ନିଦ୍ଦେର୍ଶିତ ଏହି ୱେବ ସିରିଜ ‘ଇଣ୍ଡିଆନ ପୋଲିସ ଫୋର୍ସରେ ବଲିଉଡର ନାମୀଦାମୀ ଷ୍ଟାର ସିଦ୍ଧାର୍ଥ ମଲହୋତ୍ରା, ବିବେକ ଓବରାୟ ଏବଂ ଶିଳ୍ପା ଶେଠୀଙ୍କୁ କାଷ୍ଟ କରାଯାଇଛି। ଏମିତିରେ ବର୍ତ୍ତମାନ ରୋହିତଙ୍କ ପାଇଁ ତାଙ୍କ ଫ୍ୟାନ୍ସମାନେ ଆସୁ ଆରୋଗ୍ୟ କାମନା କରିଛନ୍ତି।

Related Articles

Leave a Reply

Your email address will not be published.

Back to top button