ଦୁଇ ଶିଶୁ କନ୍ୟାଙ୍କ ସଲିଳ ସମାଧି

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଖମାରପଲ୍ଲୀ ନିକଟସ୍ଥ ଏକ ପୋଖରୀରେ ବୁଡ଼ି ଗାଁର ଦୁଇ ଜଣ ନାବାଳିକାଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ନୂଆସାହି ହରିଜନ ସାହିର ସ୍ୱର୍ଗତ ବୁଲୁ ନାଇକ ଓ ସୁମିତ୍ରା ନାଇକଙ୍କ ୧୦ ବର୍ଷର ଝିଅ ସାଲିନ ନାଇକ ଏବଂ ବୁଲୁ ନାଇକଙ୍କ ୮ବର୍ଷର ଝିଅ ସୋନାଲିକା ନାଇକ ଉଭୟେ ଆଜି ମଧ୍ୟାହ୍ନରେ ଗାଧୋଇବା ପାଇଁ ନିକଟ ପୋଖରୀକୁ ଯାଇଥିଲେ । ତେବେ ଅସାବଧାନତା କାରଣରୁ ଉଭୟେ ପାଣିରେ ବୁଡ଼ିଯାଇଥିଲେ । ଘରକୁ ଫେରିବା ବିଳମ୍ବ ହେବାରୁ ଘର ଲୋକେ ବହୁ ଖୋଜା ଖୋଜି କରିଥିଲେ ମଧ୍ୟ ଉଭୟଙ୍କ ସନ୍ଧାନ ପାଇନଥିଲେ । ପରେ ପୋଖରୀରେ ଦୁଇ ଶିଶୁ କନ୍ୟା ଭାସୁଥିବା ଗ୍ରାମବାସୀ ଦେଖିଥିଲେ । ସ୍ଥାନୀୟ ସରପଞ୍ଚ ସାଇରମ ଆରୁଖ ଘଟଣାସ୍ଥଳରେ ପହଞ୍ôଚ ଜଗନ୍ନାଥପ୍ରସାଦ ଥାନାଧିକାରୀ ଦିଲ୍ଲିପ କୁମାର ସ୍ୱାଇଁଙ୍କୁ ସୂଚନା ଦେଇଥିଲେ । ଦମକଳ ବାହିନୀ ପହଞ୍ଚିବା ଆଗରୁ ଗ୍ରାମବାସୀ ଉଭୟଙ୍କୁ ଉଦ୍ଧାର କରିଥିଲେ । ଘଟଣା ସ୍ଥଳରେ ଥାନାଧିକାରୀ ଦିଲ୍ଲୀପ କୁମାର ସ୍ୱାଇଁ ପହଞ୍ôଚ ତଦନ୍ତ କରିବା ସହ ଅଟୋ ଯୋଗେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଉଭୟ ଶିଶୁ କନ୍ୟାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ କେସ୍ ନଂ-୨/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ପଠାଇଛି । ସାଲିନ ଚତୁର୍ଥ ଶ୍ରେଣୀ ପଢ଼ୁଥିବା ବେଳେ ସୋନାଲିକା ତୃତୀୟ ଶ୍ରେଣୀରେ ପଢ଼ୁଥିଲେ ।

Related Articles

Leave a Reply

Your email address will not be published.

Back to top button