ଓଡ଼ିଆ ବ୍ୟାଡମିଣ୍ଟନ ଖେଳାଳିଙ୍କ ସଫଳତା, ଟପ୍‌ ୧୦ରେ ଶ୍ୱେତପର୍ଣ୍ଣା

ଭୁବନେଶ୍ବର: ବିଶ୍ୱ ରାଙ୍କିଂରେ ଓଡ଼ିଆ ବ୍ୟାଡମିଣ୍ଟନ ଖେଳାଳି ଶ୍ୱେତପର୍ଣ୍ଣା ପଣ୍ଡାଙ୍କ ସଫଳତା। ବିଡବ୍ଲୁଏଫ ୱାର୍ଲଡ ଜୁନିୟର ରାଙ୍କିଂର ଜୁନିୟର ଏକ୍ସଡି ଇଭେଣ୍ଟରେ ଏକମାତ୍ର ଭାରତୀୟ ଖେଳାଳି ଭାବେ ଶୀର୍ଷ ୧୦ ଖେଳାଳିଙ୍କ ଭିତରେ ସ୍ଥାନ ପକ୍କା କରିଛନ୍ତି ଶ୍ୱେତପର୍ଣ୍ଣା । ଜୁନିୟର ଏକ୍ସଡି ଇଭେଣ୍ଟରେ ଶ୍ୱେତପର୍ଣ୍ଣା ଅଧିକାର କରିଛନ୍ତି ନବମ ସ୍ଥାନ। ସେହିପରି ବିଶ୍ୱ ଜୁନିୟର ରାଙ୍କିଂ  ଡବ୍ଲୁଡିରେ ଏହି ଓଡ଼ିଆ ଖେଳାଳି ୨୨ତମ ସ୍ଥାନ ଅଧିକାର କରିଛନ୍ତି। ବିଶ୍ୱ ରାଙ୍କିଂରେ ହେି ସଫଳତା ସାଉଁଟିବାରେ ଶ୍ୱେତପର୍ଣ୍ଣା ହେଉଛନ୍ତି ପ୍ରଥମ ଓଡ଼ିଆ।

Related Articles

Leave a Reply

Your email address will not be published.

Back to top button