ଦାରିଙ୍ଗବାଡିରେ ତୁଷାରପାତ

ଦାରିଙ୍ଗବାଡି: ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ଠାରେ ତୁଷାରପାତ  । ପ୍ରତ୍ୟେକ ବର୍ଷ ଡିସେମ୍ବର ମାସରେ ତୁଷାରପାତ ହେଉଥିବା ବେଳେ କିନ୍ତୁ ଚଳିତ ବର୍ଷ ବିଳମ୍ୱରେ ହେଉପଛେ ତୁଷାରପାତ ହୋଇଛି ।  ଗତ ଦୁଇ ଦିନ ହେଲା ତାପମାତ୍ରା ହ୍ରାସ ପାଇବାରେ ଲାଗିଛି । ଶୁକ୍ରବାର ଦିନ ୧୨ ଡିଗ୍ରୀ ସେଲସିୟସ ତାପମାତ୍ରା ରହିଥିବା ବେଳେ ଶନିବାର ଦିନ ୮ ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ ହୋଇଥିଲା । ଆଜି ୭ ଡିଗ୍ରି ସେଲସିଅସ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ତୁଷାରପାତ ହୋଇଛି। ଦାରିଙ୍ଗବାଡି, ସିମନବାଡ଼ି, ପ୍ଲିହେରୀ, କୁତୁବାଡ଼ି ସମେତ ଅନେକ ଅଭ୍ୟନ୍ତର ଅଞ୍ଚଳରେ ତୁଷାର ପାତ ହୋଇଛି । ଧାନ ବିଲ, ହଳଦୀ ପଦର ଭଳି ବିଭିନ୍ନ ସ୍ଥାନରେ ତୁଷାପାତ ହୋଇ ଥିଲା । ତୁଷାରପାତ ପଡ଼ିବା ଫଳରେ ଦାରିଙ୍ଗବାଡିରେ ହାଡ଼ ଭଙ୍ଗା ଶୀତ ଅନୁଭୂତ ହେଉଛି । ଦିନ ତମାମ ଥଣ୍ଡା ପବନ ବହୁଛି । ହାତ ଗୋଡ କାଲୁଆ ପଡି ଯାଉଛି ।  ଆଜି ରବିବାର ଥିବା ଯୋଗୁଁ ପ୍ରତ୍ୟକ ପର୍ୟ୍ୟଟନ ସ୍ଥଳୀର ଲୋକଙ୍କ ଭିଡ ଜମିଛି। ହାଡ ଭଙ୍ଗା ଶୀତ ସାଙ୍ଗକୁ ବଣ ଭୋଜିର ମଜା ନେଉଛନ୍ତି ପର୍ୟ୍ୟଟକ ।

Related Articles

Leave a Reply

Your email address will not be published.

Back to top button