ଶୀତଦିନିଆ କେଶ ସମସ୍ୟା ପାଇଁ ଘରୋଇ ସ୍ପା

ଶୀତଦିନ ଆସିଲେ ସାଧାରଣତଃ ସମସ୍ତଙ୍କର ଚିନ୍ତା ପଡ଼ିଯାଏ କେଶ ଓ ତ୍ୱଚାର ବିଭିନ୍ନ ପ୍ରକାରର ସମସ୍ୟାକୁ ନେଇ । ଏହି ଦିନରେ ମୁଖ୍ୟତଃ ବିଭିନ୍ନ ପ୍ରକାରର ତ୍ୱଚା ଜନିତ ସମସ୍ୟା ଉପୁଜିଥାଏ । ଏଥିମଧ୍ୟରୁ ମୁଣ୍ଡରେ ରୂପି ହେବା ଓ ଚୁଟି ଉପୁଡ଼ିବା ମଧ୍ୟ ଏକ ତ୍ୱଚା ଜନିତ ସମସ୍ୟା ଅଟେ । ଶୀତଦିନେ ଥଣ୍ଡା ପବନରେ କେଶ ଶୁଷ୍କ ହୋଇଯାଏ ଏବଂ ରୁପି ସମସ୍ୟା ଦେଖାଦିଏ । ଲୋକେ ଚିନ୍ତିତ ହୋଇ ବିଭିନ୍ନ ପ୍ରକାରର କେମିକାଲ ପ୍ରଡ଼କ୍ଟ ବ୍ୟବହାର କରନ୍ତି ଯାହା କ୍ରମରେ ରୂପିରୁ ତ ମୁକ୍ତି ମିଳିଥାଏ କିନ୍ତୁ ଚୁଟି ଉପୁଡ଼ିବା ଭଳି ଜଟିଳ ସମସ୍ୟା ସୃଷ୍ଟି ହୋଇଯାଏ । ଏହାକୁ ଦୂରକରିବା ଲାଗି ଆପଣ ହେୟାର ସ୍ପା କରିପାରିବେ । ତେବେ ବ୍ୟୁଟିପାର୍ଲର ଯାଇ ଏଥିପାଇଁ ଅଧିକ ଖର୍ଚ୍ଚ କରିବା ଅପେକ୍ଷା ଆପଣ ଘରେ ମଧ୍ୟ ହେୟାର ସ୍ପା କରି ମଜଭୁତ ଓ ସୁନ୍ଦର କେଶ ପାଇପାରିବେ ।

କୋକୋନଟ୍ କ୍ରିମ୍ ସ୍ପା: କେଶ ପାଇଁ ନଡ଼ିଆତେଲ କେତେ ଭଲ ସମସ୍ତେ ଜାଣନ୍ତି । କେବଳ ତେଲ ନୁହେଁ, ନଡ଼ିଆକୁ ବ୍ୟବହାର କରି ଆପଣ ହେୟାର ସ୍ପା କରିପାରିବେ । ନଡ଼ିଆକୁ ଗ୍ରାଇଣ୍ଡିଂ କରି ପେଷ୍ଟ ପ୍ରସ୍ତୁତ କରନ୍ତୁ । ପ୍ରଥମେ ଏକ ଟାୱେଲକୁ ଗରମପାଣିରେ ବୁଡ଼ାଇ କେଶକୁ ୧୦ ମିନିଟ୍ ପର୍ଯ୍ୟନ୍ତ ଷ୍ଟିମ୍ ଦିଅନ୍ତୁ । ଏହାପରେ ପେଷ୍ଟକୁ କେଶ ମୂଳରୁ ଶେଷ ପର୍ଯ୍ୟନ୍ତ ଭଲ ଭାବେ ଲଗାଇ ୧ରୁ ଦେଢଘଣ୍ଟା ପର୍ଯ୍ୟନ୍ତ ରଖନ୍ତୁ । ଏହାକୁ ମାଇଲ୍ଡ ଶାମ୍ପୁ ବ୍ୟବହାର କରି ଭଲ ଭାବେ ଧୋଇଦିଅନ୍ତୁ । ସପ୍ତାହରେ ଥରେ ଏହି ସ୍ପା କଲେ ନଡ଼ିଆରେ ଥିବା ଭିଟାମିନ୍ ବି୧, ବି୩, ବି୬, ସି, ଇ ସହିତ ଥିବା ଅନେକ ମିନେରାଲ୍ସ ତତ୍ତ୍ୱ କେଶକୁ ମଜଭୁତ କଳା ଏବଂ ଚମକପ୍ରଦ କରିଥାଏ ।

କାକୁଡ଼ି ହେୟାର ସ୍ପା: ପ୍ରଥମେ ଗୋଟିଏ କାକୁଡ଼ିକୁ ଛୋଟ ଛୋଟ କାଟି ସେଥିରେ ଏକ ଚାମଚ ଅଲିଭ ଅଏଲ ପକାଇ ଗ୍ରାଇଣ୍ଡିଂ କରିନିଅନ୍ତୁ । କେଶକୁ ୧୦ମିନିଟ୍ ଷ୍ଟିମ୍ ଦେବା ପରେ ଏହି ପେଷ୍ଟକୁ ଭଲ ଭାବେ ଲଗାଇଦିଅନ୍ତୁ । ଅଧଘଣ୍ଟା ରଖିବା ପରେ ମାଇଲ୍ଡ ଶାମ୍ପୁ ଲଗାଇ ଧୋଇଦିଅନ୍ତୁ । ଏହାକୁ ଲଗାଇଲେ କେଶ ଝଡ଼ିବା କିମ୍ବା ଶୁଷ୍କ ହେବା ଭଳି ସମସ୍ୟା ଦୂର ହୋଇଥାଏ ।

ବିଅର ସ୍ପା: ଏକ କାଚ ଗିନାରେ ଅଧା ପର୍ଯ୍ୟନ୍ତ ବିଅର ନେଇ ରାତି ସାରା ରଖି ଦିଅନ୍ତୁ । ଏପରି କଲେ ତାହା ଅଳ୍ପ ଗାଢ଼ ହୋଇଯିବ । କେଶକୁ ୧୦ ମିନିଟ୍ ଷ୍ଟିମ୍ ଦେବା ପରେ ମାଇଲ୍ଡ ଶାମ୍ପୁରେ ଧୋଇ ଦିଅନ୍ତୁ । ବର୍ତ୍ତମାନ ପୂର୍ବରୁ ରଖାଯାଇଥିବା ବିଅରକୁ କେଶରେ ଭଲ ଭାବେ ମସାଜ କରନ୍ତୁ । ୧୦- ୧୫ ମିନିଟ୍ ରଖିବା ପରେ ପାଣିରେ ଧୋଇଦିଅନ୍ତୁ । ଏହା କେଶକୁ ମଜଭୁତ ଓ ସାଇନିଂ କରିବାରେ ସାହାଯ୍ୟ କରେ ।

Related Articles

Leave a Reply

Your email address will not be published.

Back to top button