ସ୍କୁଲରେ ଭାତ ସାଙ୍ଗକୁ ମିଳିବ ଚିକେନ

କୋଲକାତା:  ଏଣିକି ସ୍କୁଲରେ ଭାତ ସାଙ୍ଗକୁ ଋତୁକାଳୀନ ଫଳ,ଅଣ୍ଡା ଓ ଚିକେନ ମିଳିବ। ଚଳିତ ଜାନୁଆରୀ ମାସରୁ ୪ ମାସ ଲାଗି ଏହି ଖାଦ୍ୟ ପରସାଯିବ। ଆଗକୁ ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ଥିବାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ଏହା ଅଭିନବ ରଣନୀତି ବୋଲି କୁହାଯାଉଛି । ପିଏମ ପୋଷଣ ଯୋଜନାରେ ସପ୍ତାହରେ ଦିନକୁ ଚାଉଳ, ଆଳୁ, ସୋୟାବିନ୍ ଏବଂ ଅଣ୍ଡା, ଚିକେନ୍ ଏବଂ ଋତୁକାଳୀନ ଫଳ ଭାବେ ପୁଷ୍ଟିକର ଖାଦ୍ୟ ଦିଆଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।
ପ୍ରତ୍ୟେକ ଛାତ୍ରଙ୍କୁ ଅତିରିକ୍ତ ପୁଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ସପ୍ତାହକୁ ୨୦ଟଙ୍କା ଖର୍ଚ୍ଚ ହେବ ଏବଂ ଏହି ପ୍ରକ୍ରିୟା ୧୬ ସପ୍ତାହ ପର୍ୟ୍ୟନ୍ତ ଜାରି ରହିବ। ୧.୧୬ କୋଟିରୁ ଅଧିକ ଛାତ୍ରଛାତ୍ରୀ ଏଥିରେ ଉପକୃତ ହେବେ। ଏଥିପାଇଁ ପଶ୍ଚିମବଙ୍ଗ ସରକାର ୩୭୧ କୋଟି ଟଙ୍କା ଶିକ୍ଷା ବିଭାଗକୁ ପ୍ରଦାନ କରିଛନ୍ତି। ବିଜ୍ଞପ୍ତି ଅନୁଯାୟୀ, ବର୍ତ୍ତମାନ ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନରେ ଭାତ, ଆଳୁ, ସୋୟାବିନ୍ ଏବଂ ଅଣ୍ଡା ବ୍ୟତୀତ ଚାରି ମାସ ଧରି ପ୍ରତି ସପ୍ତାହରେ ଚିକେନ୍ ଏବଂ ଫଳ ଦିଆଯିବ। ତେବେ ଏପ୍ରିଲ ପରେ ଏହି ବ୍ୟବସ୍ଥା ଜାରି ହେବାର ସମ୍ଭାବନା ନାହିଁ ବୋଲି ବିଦ୍ୟାଳୟ ବିଭାଗର ଜଣେ ଅଧିକାରୀ କହିଛନ୍ତି। ମଧ୍ୟାହ୍ନ ଭୋଜନ ବାବଦରେ ଏହି ଖର୍ଚ୍ଚର ୬୦ ପ୍ରତିଶତ ରାଜ୍ୟ ସରକାର ବହନ କରୁଥିବାବେଳେ ୪୦ ପ୍ରତିଶତ କେନ୍ଦ୍ର ସରକାର ବହନ କରୁଛନ୍ତି। ତେବେ ଏହି ପଦକ୍ଷେପ ଏକ ରାଜନୈତିକ ବିବାଦ ସୃଷ୍ଟି କରିଛି।

Related Articles

Leave a Reply

Your email address will not be published.

Back to top button