ଆସନ୍ତାକାଲି ରାଉରକେଲା ଯିବେ ମୁଖ୍ୟମନ୍ତ୍ରୀ

ରାଉରକେଲା: ପ୍ରତୀକ୍ଷାର ଅନ୍ତ ଘଟିବ ଆଉ ମାତ୍ର କିଛି ଘଣ୍ଟା ପରେ । ଦେଶର ବୃହତମ ହକି ଷ୍ଟାଡ଼ିୟମ ଆସନ୍ତାକାଲି ହେବ ଲୋକାର୍ପଣ । ରାଉରକେଲା ବିପିୟୁଟି ପରିସରରେ ନିର୍ମାଣ ସରିଥିବା ଦେଶର ବୃହତମ ହକି ଷ୍ଠାଡ଼ିୟମକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ଦିନିକିଆ ଗସ୍ତରେ ରାଉରକେଲା ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିର୍ସା ମୁଣ୍ଡା ହକି ଷ୍ଠାଡ଼ିୟମ, ରାଉରକେଲା ସହରରେ ଲାଗିଥିବା ଟ୍ରାଫିକ ସିଗନାଲ, ସିସି କ୍ୟାମେରା ଉଦଘାଟନ କରିବା ସହ ମୋ ବସ୍ ସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଏହା ସହିତ ବିଭିନ୍ନ ବିଭାଗର ଉନ୍ନୟନ ଯୋଜନାର ଭିତ୍ତି ପ୍ରସ୍ତର ଦେବା ସହ ଅନେକ ଯୋଜନାର ଉଦ୍‌ଘାଟନ କରିବେ । ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହୋଇସାରିଛି ରାଉରକେଲା ସହର । ଦେଶର ବୃହତ୍ତମ ହକି ଷ୍ଟାଡ଼ିୟମର ଲୋକାର୍ପଣ ଉତ୍ସବରେ ପଶ୍ଚିମ ଓଡ଼ିଶାର ସମସ୍ତ ବିଧାୟକ ବିଧାୟିକା ଉପସ୍ଥିତ ରହିବେ । ଆସନ୍ତା ୧୩ ତାରିଖରେ ଭୁବନେଶ୍ୱର ସହ ରାଉରକେଲାରେ ଆରମ୍ଭ ହେବ ହକି ବିଶ୍ୱକପ୍ ଯାହାକୁ ନେଇ ଚଳଚଂଚଳ ହୋଇଉଠିଛି ରାଉରକେଲା ସହର ।

Related Articles

Leave a Reply

Your email address will not be published.

Back to top button