ସୁପ୍ରିମ୍‌କୋର୍ଟଙ୍କ ବଡ଼ ନିଷ୍ପତ୍ତି, ସିନେମା ହଲ୍‌କୁ ନେଇ ପାରିବେନି ବାହାର ଖାଦ୍ୟ

ନୂଆଦିଲ୍ଲୀ: ସିନେମା ହଲ୍ ଏବଂ ମଲ୍ଟିପ୍ଲେକ୍ସକୁ ବାହାରର ଖାଦ୍ୟ ସାମଗ୍ରୀ ନେବା ଉପରେ ରୋକ୍‌କୁ ସୁପ୍ରିମ୍‌କୋର୍ଟ ଠିକ୍ ଦର୍ଶାଇଛନ୍ତି । ଏହା ସିନେମା ହଲ୍ ମାଲିକଙ୍କ ବ୍ୟବସାୟ ପରିସର ମଧ୍ୟରେ ଆସୁଛି । ଏହି ଅଧିକାରକୁ ତାଙ୍କଠାରୁ ଛଡ଼ାଇ ନିଆଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି । ତେବେ ହଲ୍ ପରିସରରେ ମିଳୁଥିବା ଖାଦ୍ୟ ସାମଗ୍ରୀ ଖାଇବାକୁ କାହାକୁ ବାଧ୍ୟ କରାଯାଉନି । ଯିଏ ଚାହିଁବ ଖାଇବ, ନଚେତ୍ ନାହିଁ ବୋଲି କୋର୍ଟ କହିଛନ୍ତି । ସିଜେଇ ଡିୱାଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ୍ ପିଏସ୍ ନରସିମ୍‌ହାଙ୍କ ଖଣ୍ଡପୀଠ ଜମ୍ମୁ-କଶ୍ମୀର ସିନେମା ହଲ୍ ଏବଂ ମଲ୍ଟିପ୍ଲେକ୍ସ ମାଲିକଙ୍କ ପକ୍ଷରୁ ଦାୟର ପିଟିସନ୍‌ର ଶୁଣାଣି କରି ଏହା କହିଛନ୍ତି । ଆବେଦନକାରୀମାନେ ୨୦୧୮ରେ ଜମ୍ମୁ-କଶ୍ମୀର ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ୍ କରିଥିଲେ । ସିନେମା ହଲ୍‌କୁ ଆସୁଥିବା ବ୍ୟକ୍ତି ବାହାରୁ ଖାଦ୍ୟ ସାମଗ୍ରୀ ଆଣିପାରିବେ ବୋଲି ସେତେବେଳେ ହାଇକୋର୍ଟ ଆଦେଶ ଦେଇଥିଲେ । ହାଇକୋର୍ଟଙ୍କ ଏହି ଆଦେଶକୁ ଆଜି ସୁପ୍ରିମ୍‌କୋର୍ଟ ରଦ୍ଦ କରିଦେଇଛନ୍ତି ।

Related Articles

Leave a Reply

Your email address will not be published.

Back to top button