ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ହୋଇପାରେ ଓଡିଶାରେ କରୋନାର ଚତୁର୍ଥ ଲହର: ଅଜିତ ମହାନ୍ତି

ଭୁବନେଶ୍ୱର: ସାରା ବିଶ୍ୱରେ ଏବେ କରୋନାର ନୂଆ ଭାରିଆଣ୍ଟ ପୁଣି ଚିନ୍ତା ବଢାଇ ଦେଇଛି । ବିଶ୍ୱର ଅଧିକାଂଶ ଦେଶରେ କରୋନାର ତାଣ୍ଡବ ଲୀଳା ଜାରି ରହିଥିବା ବେଳେ ଏବେ ଭାରତକୁ ମଧ୍ୟ ପ୍ରବେଶ କରୁଛି ଏହି ମହାମାରୀ । ତେବେ ଓଡିଶାରେ କରୋନାର ଭବିଷ୍ୟତକୁ ନେଇ ଏବେ ଏକ ବଡ ଖବର ସାମନାକୁ ଆସିଛି । ଖୁବଶୀଘ୍ର ଓଡିଶାରେ କରୋନାର ଚତୁର୍ଥ ଲହର ପାଦ ଥାପିପାରେ ବୋଲି ଅନୁମାନ କରାଯାଉଛି । ଆସନ୍ତା ମାର୍ଚ୍ଚ ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ କରୋନା ମହାମାରୀର ଚତୁର୍ଥ ଲହର ଓଡିଶାରେ ପହଞ୍ଚିପାରେ ବୋଲି ଆକଳନ କରାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଅଜିତ ମହାନ୍ତି । ତେବେ ମାର୍ଚ୍ଚ ମାସରେ ଚତୁର୍ଥ ଲହର ଓଡିଶାକୁ ପ୍ରଭାବିତ କରିପାରେ ବୋଲି ସେ ଆକଳନ କରିଛନ୍ତି । ୨୪ ଘଣ୍ଟାରେ ଚୀନରେ ପ୍ରାୟ ୩ ଲକ୍ଷରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇଥିବା ବେଳେ ଭାରତରେ ୧୭୩ଟି କେସ ରେକର୍ଡ ହୋଇଛି । ତେବେ ଏହି ସମୟରେ ଓଡିଶାରେ ମାତ୍ର ୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ୨ ଜଣଙ୍କ ମଧ୍ୟରୁ ଜଣେ କୋରାପୁଟର ହୋଇଥିବା ବେଳେ ଜଣେ ଖୋର୍ଦ୍ଧାରୁ ସଂକ୍ରମଣ ହୋଇଥିବା ସୂଚନା ମିଳିଛି ।

Related Articles

Leave a Reply

Your email address will not be published.

Back to top button