ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ବିମୁଦ୍ରୀକରଣ ନିଷ୍ପତ୍ତିରେ କୌଣସି ତ୍ରୁଟି ନାହିଁ

ନୂଆଦିଲ୍ଲୀ: ବିମୁଦ୍ରୀକରଣ ନିଷ୍ପତ୍ତିରେ କୌଣସି ତ୍ରୁଟି ନାହିଁ ବୋଲି ସର୍ବୋଚ୍ଚ ଅଦାଲତ ଘୋଷଣା କରିଛନ୍ତି। ସୁପ୍ରିମକୋର୍ଟ ବିମୁଦ୍ରୀକରଣକୁ ଆଇନଗତ ବୋଲି ସୋମବାର ଘୋଷଣା କରିଛନ୍ତି। ନଭେମ୍ବର ୨୦୧୬ରେ ୧୦୦୦ ଏବଂ ୫୦୦ ଟଙ୍କିଆ ନୋଟ ବଦଳାଇବାକୁ ନିଷ୍ପତ୍ତି ନେଇଥିଲେ କେନ୍ଦ୍ର ସରକାର। ତେବେ ଏହି ନିଷ୍ପତ୍ତି ବିରୁଦ୍ଧରେ ସୁପ୍ରିମକୋର୍ଟରେ ୫୮ଟି ଯାଚିକା ଦାଖଲ କରାଯାଇଥିଲା। ସରକାରଙ୍କ ଏହି ପଦକ୍ଷେପ ରାତାରାତି ପାଖାପାଖି ୧୦ ଲକ୍ଷ କୋଟି ଟଙ୍କା ସର୍କୁଲେସନରୁ ପ୍ରତ୍ୟାହାର କରିନିଆଯାଇଥିଲା।  ଜଷ୍ଟିସ୍ ଏସ୍,ଏ. ନାଜିରଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ଖଣ୍ଡପିଠ ଏହି ପ୍ରସଙ୍ଗରେ ନିଜର ରାୟ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିରୁ କେନ୍ଦ୍ରକୁ କ୍ଳିନଚିଟ୍‌ ମିଳିଛି। ଏହା ସହିତ କୋର୍ଟ ୫୮ ଟି ଆବେଦନକୁ ମଧ୍ୟ ଖାରଜ କରିଦେଇଛନ୍ତି। ଏହି ନିଷ୍ପତ୍ତି ପ୍ରତ୍ୟାବର୍ତ୍ତନ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ବିମୁଦ୍ରୀକରଣ ନିଷ୍ପତ୍ତିରେ କୌଣସି ତ୍ରୁଟି ନାହିଁ ବୋଲି ସର୍ବୋଚ୍ଚ ଅଦାଲତ ଘୋଷଣା କରିଛନ୍ତି। କୋର୍ଟ କହିଛନ୍ତି ଯେ ରେକର୍ଡ ଯାଞ୍ଚ କରିବା ପରେ ଆମେ ଜାଣିବାକୁ ପାଇଲୁ ଯେ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟା ଭୁଲ ହୋଇପାରିବ ନାହିଁ କାରଣ ଏହା କେନ୍ଦ୍ର ସରକାରଙ୍କ ଦ୍ବାରା ନିଆଯାଇଛି।

Related Articles

Leave a Reply

Your email address will not be published.

Back to top button