ପଶ୍ଚିମ ଏୟାର୍ କମାଣ୍ଡ୍ ଦାୟିତ୍ୱ ନେଲେ ଏୟାର୍ ମାର୍ଶାଲ୍ ପଙ୍କଜ ମୋହନ ସିହ୍ନା

ନୂଆଦିଲ୍ଲୀ: ଏୟାର୍ ମାର୍ଶଲ୍ ପଙ୍କଜ ମୋହନ ସିହ୍ନା ରବିବାର ଭାରତୀୟ ବାୟୁ ସେନାର ପଶ୍ଚିମ ଏୟାର୍ କମାଣ୍ଡ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏୟାର୍ ମାର୍ଶଲ୍ ସିହ୍ନା ୧୯୮୫ ଜୁନ୍‌ରେ ଜଣେ ଫାଇଟର୍ ପାଇଲଟ୍ ଭାବେ ଭାରତୀୟ ବାୟୁସେନାରେ ଯୋଗ ଦେଇଥିଲେ । ସେ ପୁଣେ ଏୟାର୍ ମାର୍ଶଲ୍ ରାଷ୍ଟ୍ରୀୟ ପ୍ରତିରକ୍ଷା ଏକାଡେମୀର ଜଣେ ସ୍ନାତକ । ସେହିପରି ୱେଲିଙ୍ଗ୍‌ଟନ୍‌ର ପ୍ରସିଦ୍ଧ ଡିଫେନ୍ସ ସର୍ଭିସେସ୍ ଷ୍ଟାଫ୍ କଲେଜର ପୂର୍ବତନ ଛାତ୍ର ମଧ୍ୟ । ଜଣେ ଅନୁଭବୀ ଫାଇଟର୍ ପାଇଲଟ୍ ଭାବେ ସେ ଏ କାଟାଗୋରୀ ମାନ୍ୟତାପ୍ରାପ୍ତ ଇନ୍‌ଷ୍ଟ୍ରକ୍‌ଟର, ଫାଇଟର୍ ଷ୍ଟ୍ରାଇକର୍ ଲିଡର, ଇନ୍‌ଷ୍ଟ୍ରୁମେଣ୍ଟ୍ ରେଟିଂ ଇନ୍‌ଷ୍ଟ୍ରକ୍‌ଟର୍ ଏବଂ ପରୀକ୍ଷକ ଭାବେ ବିଭିନ୍ନ ପଦରେ କାର୍ଯ୍ୟ କରିଛନ୍ତି । ୩୭ ବର୍ଷରୁ ଊର୍ଦ୍ଧ୍ୱ ସମୟର କ୍ୟାରିୟର୍‌ରେ ଏୟାର୍ ମାର୍ଶଲ୍ ସିହ୍ନା ମହତ୍ତ୍ୱପୂର୍ଣ୍ଣ କମାଣ୍ଡ୍ ଏବଂ ଷ୍ଟାଫ୍ ନିଯୁକ୍ତିରେ ମଧ୍ୟ କାର୍ଯ୍ୟ କରିଛନ୍ତି । ୪୫୦୦ ଘଣ୍ଟାରୁ ଅଧିକ ଉଡ଼ାଣ ଅନୁଭବ ଥିବା ଏୟାର୍ ମାର୍ଶଲ୍ ସିହ୍ନା ୟୁକେର ରୟାଲ୍ ଏୟାର୍‌ପୋସ୍‌ର୍ ଭାଲୀରେ ଟ୍ରେନିଂ କୋ-ଅର୍ଡିନେସନ୍ ଅଧିକାରୀ ଭାବେ କାର୍ଯ୍ୟ କରିଥିବା ବେଳେ ସେଠାରେ ହକ୍ ବିମାନ ମଧ୍ୟ ଉଡ଼ାଇଥିଲେ । ମିଡିଆ ରିପୋର୍ଟ ଅନୁସାରେ ସିହ୍ନା ଏକ ପ୍ରମୁଖ ଫାଇଟର୍ ସ୍କ୍ୱାଡ୍ରନ୍‌ର କମୋଡର କମାଣ୍ଡାଣ୍ଟ୍ ଏବଂ ବର୍ତ୍ତମାନର ନିଯୁକ୍ତି ପୂର୍ବରୁ ବାୟୁସେନା ସଞ୍ଚାଳନ (ଆକ୍ରମଣ) ମହାନିର୍ଦ୍ଦେଶକ ପଦରେ ଅଧିଷ୍ଠିତ ଥିଲେ ।

Related Articles

Leave a Reply

Your email address will not be published.

Back to top button