ଆୟ ବହିର୍ଭୁକ୍ତ ସମ୍ପତ୍ତି ଠୁଳ ମାମଲା: ଜେଲ୍ ଗଲେ ଡେପୁଟି କଲେକ୍ଟର ଚିତ୍ତରଞ୍ଜନ

ଭୁବନେଶ୍ୱର: ଆୟ ବହିର୍ଭୁକ୍ତ ସମ୍ପତ୍ତି ଠୁଳ ମାମଲାରେ ବନ୍ଧାହେଲେ ଜଗତସିଂହପୁରର ଡେପୁଟି କଲେକ୍ଟର ଚିତ୍ତରଞ୍ଜନ ପିଲ୍ଲ । ଭୁବନେଶ୍ୱର ଭିଜିଲାନ୍ସ ବୁଧବାର ତାଙ୍କୁ ଗିରଫ କରିଛି । ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ପରେ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ସେ ଆସନ୍ତା ଜାନୁଆରୀ ୧୦ ତାରିଖ ପର୍ଯ୍ୟନ୍ତ ଜେଲ ହାଜତରେ ରହିବେ । ଆୟ ଠାରୁ ତାଙ୍କ ପାଖରେ ଅଧିକ ୧୯୧ ଗୁଣ ସମ୍ପତ୍ତି ରହିଥିବା ନେଇ ଭିଜିଲାନ୍ସ ପକ୍ଷରୁ କୁହାଯାଇଛି । ଚିତ୍ତରଞ୍ଜନଙ୍କୁ ଭିଜିଲାନ୍ସ ପକ୍ଷରୁ ପଚରାଉଚରା କଲେ ତାଙ୍କ ନିକଟରୁ ଅଧିକ ପରିମାଣରେ ଆୟ ବହିର୍ଭୁକ୍ତ ସମ୍ପତ୍ତି ଠାବ ହୋଇପାରିବ ବୋଲି କୁହାଯାଉଛି । ହେଲେ ଭିଜିଲାନ୍ସ ତାଙ୍କୁ ରିମାଣ୍ଡରେ ନେବ କି ନାହିଁ ସେ ସଂପର୍କରେ କିଛି ସ୍ପଷ୍ଟ ସୂଚନା ମିଳି ନାହିଁ । ଭିଜିଲାନ୍ସ ସୂଚନା ମୁତାବକ ଏକ ସଙ୍ଗରେ ତାଙ୍କର ୯ଟି ଠିକଣା ଉପରେ ଚଢ଼ଉ କରାଯାଥିଲା । ତାଙ୍କ ବାସଭବନ ସମେତ, ଅଫିସ, ସରକାରୀ ବାସଭବନ, ପୈତୃକ ଘର, ସମ୍ପର୍କିୟ ଏବଂ ବିଭିନ୍ନ ଠିକଣା ଉପରେ ଚଢ଼ଉ ହୋଇଥିଲା । ଚଢ଼ଉ ବେଳେ ତାଙ୍କଠାରୁ ବିପୁଳ ପରିମାଣର ଆୟ ବହିର୍ଭୁକ୍ତ ସମ୍ପତ୍ତି ଠାବ କରାଯାଇଛି । ସେଥିରେ ରହିଛି ୫ଟି ଫ୍ଲାଟ୍‌, ୧୧ଟି ପ୍ଲଟ, ୨ଟି ଅଟାଳିକା, ନଗଦ ୧ଲକ୍ଷ ୮୫ ହଜାର ଟଙ୍କା, ୪୮ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଏବଂ ଇନ୍‌ସୁରାନ୍ସ ।

Related Articles

Leave a Reply

Your email address will not be published.

Back to top button