ଦୁବାଇ, ସିଙ୍ଗାପୁର, ବ୍ୟାଙ୍କକ୍‌କୁ ସିଧା ବିମାନ ସେବା

ଭୁବନେଶ୍ୱର: ଭୁବନେଶ୍ୱରରୁ ଦୁବାଇ, ସିଙ୍ଗାପୁର ଓ ବ୍ୟାଙ୍କକ୍ ବିମାନ ସେବାକୁ କାର୍ଯ୍ୟକାରୀ କରାଯିବ । ଆନ୍ତର୍ଜାତିକ ବିମାନ ଚଳାଚଳ କ୍ଷେତ୍ରରେ ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ କରିବା ପାଇଁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ମଙ୍ଗଳବାର ଲୋକସେବା ଭବନରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହାକୁ ମଞ୍ଜୁରୀ ମିଳିଛି । ବୈଠକ ପରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଏସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ନିଷ୍ପତ୍ତି ଅନୁସାରେ ଭୁବନେଶ୍ୱରରୁ ସିଧା ସଳଖ ଦୁବାଇ, ସିଙ୍ଗାପୁର ଓ ବ୍ୟାଙ୍କକ୍ ମଧ୍ୟରେ ବିମାନ ଚଳାଚଳ ଆରମ୍ଭ ହେବ । ତଦନୁଯାୟୀ ଇଣ୍ଡିଗୋ ଏହି ରୁଟ୍‌ରେ ବିମାନ ଚଳାଚଳ ପାଇଁ ଆବେଦନ କରିଛି । ଏହି ବିମାନ ସପ୍ତାହକୁ ତିନିଟି ଓ ଦୁଇଟି ୧୮୬ ସିଟ୍ ବିଶିଷ୍ଟ ବିମାନ ଚଳାଚଳ କରିବ । ଏଥି ନିମନ୍ତେ ରାଜ୍ୟ ସରକାର ବିମାନ ଚଳାଚଳର ଖର୍ଚ୍ଚ ବହନ କରିବେ । ଫଳସ୍ୱରୂପ ଏହାର ସମସ୍ତ ଟିକଟ ସମ୍ପୂର୍ଣ୍ଣ ରୂପେ ରାଜ୍ୟକୁ ପ୍ରାପ୍ତ ହେବ । ବିଶ୍ୱର ଏହି ତିନୋଟି ବଡ଼ ନଗରୀକୁ ଆନ୍ତର୍ଜାତିକ ବିମାନ ଚଳାଚଳ ସୁଗମ ହେବା ପରେ ରାଜ୍ୟର ପର୍ଯ୍ୟଟନ ବିକାଶ ହେବ । ରାଜ୍ୟର ଖଣିଜ ସମ୍ପଦ,ବୈଷୟିକ ଜ୍ଞାନ କୌଶଳ, ଇତିହାସ ଓ ସଂସ୍କୃତିକୁ ସମଗ୍ର ବିଶ୍ୱରେ ପରିଚିତି କରିବାର ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି ହେବ । ଏଥିନେଇ ରାଜ୍ୟକୁ ରାଜସ୍ୱ ଶୁଳ୍କ ବୃଦ୍ଧି କରିବାରେ ସହାୟକ ହେବ ବୋଲି ଶ୍ରୀ ମହାପାତ୍ର ସ୍ପଷ୍ଟ କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button