ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର: ରାଜ୍ୟରେ ନିଯୁକ୍ତ ହେବେ ୭୫୪୦ ଶିକ୍ଷକ । ଏଥିପାଇଁ ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ୍‌ କମିଶନ (ଓଏସ୍‌ଏସ୍‌ସି) ୱେବସାଇଟ୍‌ରେ ନିଯୁକ୍ତି ପ୍ରକ୍ରିୟା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ଡିସେମ୍ବର ୧୧ରୁ ଜାନୁଆରୀ ୯ ପର୍ୟ୍ୟନ୍ତ ଓଏସ୍‌ଏସ୍‌ସିରେ ଆବେଦନ କରିପାରିବେ ଆଶାୟୀ ଶିକ୍ଷକ । ଟିଜିଟି ଆର୍ଟସ୍‌ରେ ୧୯୭୦, ଟିଜିଟି ସାଇନ୍ସ (ପିସିଏମ୍‌)ରେ ୧୪୧୯ ପଦବି ରହିଛି । ସେହିପରି ଟିଜିଟି ସାଇନ୍ସ (ସିବିଜେଡ୍‌)ରେ ୧୨୦୫, ହିନ୍ଦୀରେ ୧୩୫୨, ସଂସ୍କୃତରେ ୭୨୩, ପିଇଟିରେ ୮୪୧, ଉର୍ଦ୍ଦୁରେ ୨୪ଓ ତେଲୁଗୁରେ ୬ଜଣ ଶିକ୍ଷକ ପଦବି ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଫେବ୍ରୁଆରୀ ୨୩ରେ ହୋଇପାରେ ପ୍ରିଲିମନାରୀ ପରୀକ୍ଷା । ଇଂରାଜୀ ଓ ଓଡ଼ିଆରେ ପ୍ରିଲିମ୍‌ ଓ ମେନ୍‌ ପରୀକ୍ଷା ହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button