ଗୁଜରାଟ ଝୁଲା ପୋଲ ଦୁର୍ଘଟଣା ମାମଲା, ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନୋଟିସ

ଅହମ୍ମଦାବାଦ: ଗୁଜରାଟର ମୋର୍ବି ସହରରେ ଅକ୍ଟୋବର ୩୦ରେ ଘଟିଥିବା ଝୁଲା ପୋଲ ଦୁର୍ଘଟଣା ମାମଲାରେ ଗୁଜରାଟ ହାଇକୋର୍ଟ  ନିଜଆଡୁ ମାମଲା ରୁଜୁ କରିବା ସହ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ନଭେମ୍ବର ୧୪ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ମୁଖ୍ୟ ଶାସନ ସଚିବ ଓ ଗୃହ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନୋଟିସରେ ମୋର୍ବି ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର ଓ ରାଜ୍ୟ ମାନବାଧିକାର କମିଶନଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯାଇଛି । ସୂଚନାଯୋଗ୍ୟ ଦୀର୍ଘ ସାତମାସ ମରାମତି କରାଯିବାପରେ ଅକ୍ଟୋବର ୨୬ରେ ଖୋଲିଥିବା ଉକ୍ତ ପୋଲ ମାତ୍ର ଚାରିଦିନ ମଧ୍ୟରେ ଛିଣ୍ଡି ପଡିବାରୁ ୧୪୧ ଜଣ ପ୍ରାଣ ହରାଇଥିବାବେଳେ ଶତାଧିକ ଆହତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଜଷ୍ଟିସ ଅରବିନ୍ଦ କୁମାର ଓ ଜଷ୍ଟିସ ଆଶୁତୋଷ ଶାସ୍ତ୍ରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ସମ୍ବାଦପତ୍ର ରିପୋର୍ଟକୁ ଆଧାର କରି ନିଜଆଡୁ ମାମଲା ରୁଜୁ କରିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ୧୪କୁ ଧାର୍ଯ୍ୟ କରାଯାଇଛି ।

Related Articles

Leave a Reply

Your email address will not be published.

Back to top button