ହାନିକାରକ ସୁଗାର ଫ୍ରି !

ମଧୁମେହ ରୋଗୀଙ୍କ ଲାଗି ମିଠାର ସୁନ୍ଦର ବିକଳ୍ପ ଭାବେ ଉଭା ହୋଇଛି ସୁଗାର ଫ୍ରି । ମିଠା ବଦଳରେ ମଧୁମେହ ରୋଗୀ ସୁଗାର ଫ୍ରି ଯୁକ୍ତ ବିସ୍କୁଟ୍‌, ମିଠା, ମୃଦୁପାନୀୟ ଭଳି ଅନ୍ୟାନ୍ୟ ଖାଦ୍ୟ ପଦାର୍ଥ ଖାଇଥାନ୍ତି । ଏହା ସୁରକ୍ଷିତ ଓ ମଧୁମେହକୁ ନିୟନ୍ତ୍ରଣରେ ରଖୁଥିବା ଧାରଣା ଅଛି । ଏପରିକି ଏହା ଓଜନ ହ୍ରାସରେ ସାହାଯ୍ୟ କରୁଥିବା କୁହାଯାଏ । ସୁଗାର ଫ୍ରିକୁ ଆବଶ୍ୟକତାଠୁ ଅଧିକ ବ୍ୟବହାର କରିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ।
ତେବେ ସମସ୍ତଙ୍କ ମନରେ ଧାରଣା ଅଛି, ସୁଗାର ଫ୍ରିରେ ଚିନି ନ ଥାଏ । ମାତ୍ର ଏ ଧାରଣା ସମ୍ପୂର୍ଣ୍ଣ ଭୁଲ୍ । ସୁଗାର ଫ୍ରି ସମ୍ପୂର୍ଣ୍ଣ ଫ୍ୟାଟ୍ ଫ୍ରି, କାର୍ବ ଫ୍ରି ଓ କ୍ୟାଲୋରି ଫ୍ରି ନୁହେଁ । ଏଣୁ ସୁଗାର ଫ୍ରି ଟାବଲେଟ୍ କିଣିବା ବେଳେ ସେଥିରେ ବ୍ୟବହୃତ ଜିନିଷ ସମ୍ପର୍କରେ ଜାଣିବା ଜରୁରି । ସେହିପରି ଏହା ଯଦିଓ ମିଠାର ଲାଳସାକୁ ଦୂର କରେ, ତଥାପି ଚିନିର ବିକଳ୍ପ ଭାବେ ଏହାକୁ କେତେ ମାତ୍ରାରେ ଖାଇବା ଦରକାର, ଡାକ୍ତରଙ୍କ ସହ ପରାମର୍ଶ କରିବା ଜରୁରି ।


ଅନ୍ୟପଟେ ଦୀର୍ଘ ସମୟ ଧରି ସୁଗାର ଫ୍ରି ବ୍ୟବହାର କରିବା ଦ୍ୱାରା କ୍ୟାନସର ଆଶଙ୍କା ବଢ଼ିଥାଏ । ସୁଗାର ଫ୍ରିରେ ଓଜନ କମିବା ପରିବର୍ତ୍ତେ ବୃଦ୍ଧିପାଏ । ଅଧିକ ସୁଗାର ଫ୍ରି ଖାଇଲେ ମୁଣ୍ଡବିନ୍ଧା, ଆଣ୍ଠୁଗଣ୍ଠି ଯନ୍ତ୍ରଣା ଓ ନିଦ ସମସ୍ୟା ଦେଖାଦିଏ । ଏହା ସହ ଉଚ୍ଚ ରକ୍ତଚାପ ଓ ହୃଦ୍ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି କରେ । ଏହା ବାଦ୍ ସୁଗାର ଫ୍ରି ପାଚନ କ୍ରିୟାରେ ଖରାପ ପ୍ରଭାବ ପକାଏ । ଏହାକୁ ଅଧିକ ବ୍ୟବହାର କରିବା ଦ୍ୱାରା ଭୋକ ଲାଗେ ନାହିଁ ।

Related Articles

Leave a Reply

Your email address will not be published.

Back to top button