ଶୀତ ଦିନେ ତ୍ୱଚାର ଯତ୍ନ

ଶୀତ ଆରମ୍ଭ ହୋଇଛି । ଶୀତ ଦିନେ ତ୍ୱଚା ଜନିତ ସମସ୍ୟା ଆଦି ଦେଖାଦିଏ । ବିଶେଷକରି ତ୍ୱଚା ଶୁଷ୍କ ହେବା ସହ କୁଣ୍ଡେଇ ହୁଏ । ଓଠ ଓ ଗୋଇଠି ମଧ୍ୟ ଫାଟେ । ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ମହିଳାମାନେ ମଏଶ୍ଚରାଇଜର ବ୍ୟବହାର କରନ୍ତି । ତେବେ ଘରୋଇ ଉପାୟରେ ମଧ୍ୟ ଶୀତ ଦିନେ ତ୍ୱଚାର ଉପଯୁକ୍ତ ଯତ୍ନ ନେବା ସମ୍ଭବ ।
– ଘିଅ ଓ ମହୁକୁ ମିଶାଇ ତ୍ୱଚାରେ ଲଗାନ୍ତୁ । ତ୍ୱଚା ଚିକ୍କଣ ଓ କୋମଳ ରହିବ ।
– ସେହିପରି ହଳଦୀ ଓ ମହୁକୁ ମିଶାଇ ତ୍ୱଚାରେ ଲଗାଇଲେ, ତ୍ୱଚା ଶୁଷ୍କତା ଦୂର ହୁଏ । ତା’ସହ ତ୍ୱଚା ଉଜ୍ଜ୍ୱଳ ଦିଶେ ।
– କ୍ଷୀର ସର ଓ ହଳଦୀକୁ ମିଶାଇ ଲଗାଇଲେ ତାହା ମଏଶ୍ଚରାଇଜର ଭଳି କାମ ଦିଏ ।
– ଘିକୁଆଁରୀକୁ ମଧ୍ୟ ମୁହଁରେ ଲଗାଇଲେ । ଏହା ତ୍ୱଚାଜନିତ ବିଭିନ୍ନ ସମସ୍ୟା ଦୂର କରିବା ସହ ଦାଗ ମଧ୍ୟ ଦୂର କରେ ।
– ଗାଧୋଇବା ସମୟରେ ଅଲିଭ୍ ତେଲକୁ ପାଣିରେ ମିଶାଇ ଲଗାଇଲେ ତ୍ୱଚା କୋମଳ ରହେ ।

Related Articles

Leave a Reply

Your email address will not be published.

Back to top button