ଡିସେମ୍ବର ୫ରେ ପଦ୍ମପୁର ଉପନିର୍ବାଚନ

ଭୁବନେଶ୍ୱର: ପଦ୍ମପୁର ବିଧାନସଭା ଆସନ ପାଇଁ ବାଜିଲା ବିଗୁଲ୍ । ଡିସେମ୍ବର ୫ରେ ଏହି ବିଧାନସଭା କ୍ଷେତ୍ର ପାଇଁ ହେବ ଉପନିର୍ବାଚନ । ଏଥିପାଇଁ ଆସନ୍ତା ୧୦ରେ ବିଜ୍ଞପ୍ତି ଜାରି ହେବ ଓ ୧୭ ତାରିଖ ସୁଦ୍ଧା ନାମାଙ୍କନ ଦାଖଲ କରିବାକୁ ପଡ଼ିବ । ୧୮ରେ ନାମାଙ୍କନ ଯାଞ୍ଚ ହେବ । ୨୧ରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ ଥିବା ବେଳେ ଡିସେମ୍ବର ୮ରେ ଫଳାଫଳ ଘୋଷଣା ହେବ । ଭାରତର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆଜି ଏହି ଉପ ନିର୍ବାଚନ ସଂପର୍କରେ ଘୋଷଣା କରାଯାଇଛି । ଶନିବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଓଡ଼ିଶାର ବରଗଡ଼ ଜିଲ୍ଲା ୧-ପପ୍ମପୁର ବିଧାନସଭା ଆସନ ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ଅକାଳ ମୃତ୍ୟୁ ପରେ ଖାଲିପଡ଼ିଛି । ସେଥିପାଇଁ ଡିସେମ୍ବର ୫ ସୋମବାରରେ ଭୋଟ ଗ୍ରହଣ କରାଯିବ । ଡିସେମ୍ବର ୮ ଗୁରୁବାରରେ ହେବ ଭୋଟ୍ ଗଣତି । ତେଣୁ ଡିସେମ୍ବର ୧୦ ସୁଦ୍ଧା ଉପନିର୍ବାଚନର ସମସ୍ତ ପ୍ରକ୍ରିୟା ଶେଷ ହେବ ବୋଲି ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି । ଉପନିର୍ବାଚନ ତାରିଖ ଘୋଷଣା ହେବା ଦିନଠାରୁ ଅର୍ଥାତ୍ ଆଜିଠାରୁ ପଦ୍ମପୁର ନିର୍ବାଚନ ମଣ୍ଡଳୀ ସହ ସମଗ୍ର ବରଗଡ଼ ଜିଲ୍ଲାରେ ଆଦର୍ଶ ଆଚରଣବିଧି ଲାଗୁ କରାଯାଇଛି ବୋଲି ଶ୍ରୀ ଲୋହାନୀ ପ୍ରକାଶ କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button