ଏମ୍ସ୍‌ରେ ଦଲାଲି, ୧୩ ଗିରଫ

ଭୁବନେଶ୍ୱର: ରାଜ୍ୟରେ ପ୍ରତିଷ୍ଠିତ ଜାତୀୟ ସ୍ତରୀୟ ଚିକିତ୍ସାଳୟ ଏମ୍ସ୍‌ରେ ଦଲାଲି । ଦଲାଲି ଅଭିଯୋଗରେ ୧୩ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ଏମାନେ ଏମ୍ସ୍‌ର ଓପିଡିରେ ଟିକେଟ୍ ଦଲାଲି କରି ରୋଗୀ ଏବଂ ତାଙ୍କ ସମ୍ପର୍କୀୟଙ୍କ ଠାରୁ ମୋଟା ଅଙ୍କର ଟଙ୍କା ଆଦାୟ କରୁଥିବା ଅଭିଯୋଗରେ ଗିରଫ ହୋଇଛନ୍ତି । ଗିରଫ ପରେ ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି । କମିଶନରେଟ୍ ପୁଲିସ ପକ୍ଷରୁ ଖଣ୍ଡଗିରି ଥାନା ପୁଲିସ, ପିଓପିଡି ଟିମ୍‌, ଟିମ୍ ୬୦ ଏବଂ ଏମ୍ସ ସୂରକ୍ଷାକର୍ମୀଙ୍କ ମିଳିତ ଉଦ୍ୟମରେ ଭୋରୁ ଭୋରୁ ଏକ ସ୍ୱତନ୍ତ୍ର ଅପରେଶନ୍ ଆରମ୍ଭ ହୋଇଥିଲା । ଏହି ଅପରେଶନରେ ୧୩ ଜଣଙ୍କୁ ଗିରଫ କରାଯାଇଥିଲା । ଏମାନଙ୍କ ଠାରୁ ମୋବାଇଲ ଫୋନ୍‌, ନଗଦ ଟଙ୍କା, ମୋଟର ସାଇକଲ ଏବଂ ଆଧାର କାର୍ଡ ଭଳି କିଛି ଆପତ୍ତିଜନକ କାଗଜପତ୍ର ପୁଲିସ ଜବତ କରିଛି । । ତେବେ ଏମ୍ସ୍‌ର ସୁରକ୍ଷାକର୍ମୀମାନେ ଜଣେ ଅଭିଯୁକ୍ତଙ୍କୁ ଗୋଡାଇ ଗୋଡାଇ ଧରୁଥିବାର ଏକ ସିସିଟିଭି ଫୁଟେଜ୍ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ମିଳିଥିବା ସୂଚନା ଅନୁଯାୟୀ ପ୍ରଥମେ ସାଦା ପୋଷାକରେ ପୁଲିସ କର୍ମୀ ରୋଗୀ ଏବଂ ତାଙ୍କ ସମ୍ପର୍କୀୟଙ୍କ ବେଶରେ ଏମ୍ସରେ ପହଞ୍ଚିଥିଲେ । ଦଲାଲମାନଙ୍କ ହରକତକୁ ଟିକ୍‌ନିକ୍ କରି ଲକ୍ଷ କରିଥିଲେ । ରୋଗୀଙ୍କ ପାଇଁ ଏମ୍‌୍ସର ଓପିଡି ଟିକେଟ କାଉଣ୍ଟର ସକାଳ ୭ଟା ୩୦ରୁ ୧୦ଟା ମଧ୍ୟରେ ଖୋଲାରହେ । ଦଲାଲମାନେ ଏହା ପୂର୍ବରୁ ଏଠାରେ ହାଜର ହୋଇଯାଇଥିଲେ । ପ୍ରଥମେ ଏମାନେ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ସହ କଥାବାର୍ତ୍ତା ମାଧ୍ୟମରେ ସମ୍ପର୍କ ବଢାଉଥିଲେ । ନିଜକୁୁ ଡାକ୍ତରଙ୍କ ନିକଟତମ ଲୋକ ବୋଲି ପରିଚୟ ଦେଉଥିଲେ । କେହି କେହି ନିଜକୁ ଏମ୍ସ୍‌ର କର୍ମଚାରୀ କହିବାକୁ ପଛାଉନଥିଲେ । ଲାଇନ୍‌ରେ ଗଲେ ୨ରୁ ୩ ଦିନ ସମୟ ଲାଗିପରେ ହେଲେ ଆମ ମାଧ୍ୟମରେ ଗଲେ ସାଙ୍ଗେ ସାଙ୍ଗେ ଟିକଟ କରିଦେବୁ ବୋଲି ଦଲାଲମାନେ ରୋଗୀ ଏବଂ ତାଙ୍କ ସମ୍ପର୍କୀୟଙ୍କୁ ପ୍ରତିଶ୍ରୃତି ଦେଉଥିଲେ । ପ୍ରତିବଦଳରେ ପ୍ରତ୍ୟେକ ରୋଗୀଙ୍କ ଠାରୁ ୪ରୁ ୫ ହଜାର ପର୍ଯ୍ୟନ୍ତ ଟଙ୍କା ଦାବି କରୁଥିଲେ । ରୋଗୀଙ୍କ ଠାରୁ ଅଧାରକାର୍ଡ ଏବଂ ଅନ୍ୟ ପରିଚୟପତ୍ର ନେଇ ଯେକୌଣସି ଉପାୟରେ କାଉଣ୍ଟରରୁ ଟିକଟ ନେଇ ଆସୁଥିଲେ । କେତେବେଳେ ନିଜେ ଲାଇନ୍‌ରେ ଛିଡା ହୋଇ ଟିକେଟ୍ ଆଣୁଥିଲେ ତ ପୁଣି କେତେବେଳେ ଜୋର ଜବରଦସ୍ତି ଲାଇନ୍ ଆଗରେ ଯାଇ ଛିଡା ହେଉଥିଲେ । ଲାଇନରେ ଛିଡା ହୋଇଥିବା ଅନ୍ୟ ରୋଗୀଙ୍କ ସମ୍ପର୍କୀୟ ପ୍ରତିବାଦ କଲେ ଦଲାଲମାନେ ସେମାନଙ୍କୁ ଗାଳିଗୁଲଜ କରିବା ସହ ଧମକ ଦେଉଥିଲେ । ଏମାନଙ୍କ ଏଭଳି କାର୍ଯ୍ୟକଳାପ ଦ୍ୱାରା ଅନ୍ୟରୋଗୀମାନେ ଲାଇନ୍‌ରେ ଥାଇ ମଧ୍ୟ ଟିକଟ ପାଇଁ ଦିନ ଦିନ ଧରି ଅପେକ୍ଷା କରୁଛନ୍ତି । ଏଥିରେ ଅତିଷ୍ଠ ହୋଇ କିଛି ରୋଗୀ ବିଭିନ୍ନ ସମୟରେ ଏମ୍ସ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ଏହାପରେ ଏମ୍ସ କର୍ତ୍ତୁପକ୍ଷ ପୁଲିସକୁ ଏନେଇ ସୂଚନା ଦେବା ପରେ ପୁଲିସ ଏମାନଙ୍କୁ ଧରିବାକୁ ପ୍ରସ୍ତୁତ କରିଥିଲା ମାଷ୍ଟରପ୍ଲାନ୍ । ତେବେ ଏଭଳି ଦଲାଲି ଘଟଣା ଏମ୍ସ୍‌ର କୌଣସି ଅଧିକାରୀଙ୍କ ହାତ ନ ଥାଇ ଏତେ ଦିନ ହେବ କିଭଳି ସମ୍ଭବ ହୋଇଥିଲା ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏସମ୍ପର୍କରେ ଏମ୍ସ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଶୁତୋଷ ବିଶ୍ୱାସ ତାଙ୍କ ପ୍ରତିକ୍ରିଆରେ କହିଛନ୍ତି ଏମ୍ସ୍‌ର କୌଣସି ବ୍ୟକ୍ତିଙ୍କ ସମ୍ପୃତି ନେଇ ଏପର୍ଯ୍ୟନ୍ତ କୌଣସି ପ୍ରମାଣ ମିଳିନାହିଁ । ଯଦି ପ୍ରମାଣ ମିଳେ ତେବେ କାର୍ଯ୍ୟନୁଷ୍ଠାନ
ପୁଲିସର ଏଭଳି କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସା । ସେ ଟୁଇଟ୍ ଯୋଗେ ରାଜ୍ୟ ପୋଲିସ ଏବଂ ପୋଲିସ କମିଶନରଙ୍କୁ ପ୍ରଶଂସା କରିଛନ୍ତିି । ସେ ଆହୁରି ମଧ୍ୟ କହିଛନ୍ତି ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ଯେ ଯେଉଁମାନେ ହସ୍ପିଟାଲ ପରିସର ମଧ୍ୟରେ ରୋଗୀଙ୍କୁ ଠକିବାକୁ ଉଦ୍ୟମ କରିବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Related Articles

Leave a Reply

Your email address will not be published.

Back to top button