ରଂଗିନ ବର୍ଗର୍‌

ମୁମ୍ବାଇର ‘ଡିପ୍ ଡ୍ରୁଲ୍‌’ କାଫେରେ ହଳଦିଆ, ଗୋଲାପିି, ନୀଳ, ସବୁଜ ରଙ୍ଗର ବର୍ଗର ମିଳୁଛି । ଯାହା ଏବେ ଗ୍ରାହକଙ୍କୁ ବର୍ଗର ପ୍ରତି ଆକୃଷ୍ଟ କରିଛି । ତେବେ ଏଥିରେ ବଜାରରେ ମିଳୁଥିବା ରସାୟନ ରଙ୍ଗକୁ ଉପଯୋଗ କରାଯାଉ ନାହିଁ । ପ୍ରାକୃତିକ ଉପାୟରେ ଖାଦ୍ୟ ସାମଗ୍ରୀରୁ ବିଭିନ୍ନ ରଂଗିନ ବର୍ଗର ଏଠାରେ ପ୍ରସ୍ତୁତ କରାଯାଏ । ସେହିପରି ଏହା କେବଳ ଦେଖିବାକୁ ସୁନ୍ଦର ଲାଗେ ତାହା ନୁହେଁ, ଏହା ଶରୀର ପାଇଁ ହିତକର । ଏହି ବର୍ଷ ଫେବୃଆରୀରେ ଏହି କାଫେକୁ ମେହକ ଚୁଗାନି ପ୍ରତିଷ୍ଠା କରିଛନ୍ତି । ତାଙ୍କ ଉଦ୍ଦେଶ୍ୟ ଫାଷ୍ଟଫୁଡ୍ କ୍ଷେତ୍ରରେ ନୂଆ ଏକ ପରିବର୍ତ୍ତନ ଆଣିବା । ପ୍ରଥମେ ସେ ଖାଦ୍ୟରେ ଚାର୍‌କୋଲ ବା କୋଇଲାକୁ ଉପଯୋଗ କରି ପ୍ରସ୍ତୁତ କଲେ । ଏହା ପରେ ସେ ଏଥିରୁ ବର୍ଗର ତିଆରି କରିବା ନିଷ୍ପତ୍ତି ନେଲେ । ଶେଷରେ ସେ ଡ୍ରାଗନ୍ ଫ୍ରୁଟ, ପାଳଙ୍ଗ ଶାଗ, ସ୍ପିରିଲୁନା, ଗେଣ୍ଡୁ ଫୁଲ, ହଳଦୀ ଆଦି ଉପଯୋଗରେ ତିଆରି କଲେ ଗୋଲାପି, ହଳଦିଆ, ସବୁଜ, ନୀଳ ଆଦି ରଙ୍ଗର ବର୍ଗର । ସେହିପରି ଏହା ହେଉଛି ପ୍ରାକୃତିକ ରଙ୍ଗରେ ରଙ୍ଗିନ ବର୍ଗର ପ୍ରସ୍ତୁତ କରୁଥିବା ଭାରତର ପ୍ରଥମ କାଫେ ।

Related Articles

Leave a Reply

Your email address will not be published.

Back to top button