ୟୁକ୍ରେନ ନାଟୋରେ ସାମିଲ ହେଲେ ହେବ ତୃତୀୟ ବିଶ୍ୱ ଯୁଦ୍ଧ: ଋଷ୍

ନୂଆଦିଲ୍ଲୀ: ତୃତୀୟ ବିଶ୍ୱ ଯୁଦ୍ଧର ଆଶଙ୍କା ଦେଖାଦେଉଛି । ଋଷର ସୁରକ୍ଷା ପରିଷଦର ଉପ ସଚିବ ଆଲେକ୍ସଜେଣ୍ଡର ଭେନେଡିକ୍ଟୋଭୂ ଗୁରୁବାର ସୂଚନା ଦେଇଛନ୍ତି କି ଯଦି ୟୁକ୍ରେନ୍ ନାଟୋର ସଦସ୍ୟ ହେବ ତେବେ ତୃତୀୟ ବିଶ୍ୱ ଯୁଦ୍ଧ ହୋଇପାରେ । ଋଷ୍ ନ୍ୟୁଜ୍ ଏଜେନ୍ସି କହିଛି ଯେ କିଭ୍ ଭଲ ଭାବେ ଜାଣିଛି କି ଏମିତି ପଦକ୍ଷେପ ଉଠାଇବାର ଅର୍ଥ ତୃତୀୟ ବିଶ୍ୱ ଯୁଦ୍ଧକୁ ନିମନ୍ତ୍ରଣ ଦେବା । ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ଦ୍ୱାରା ଆଂଶିକ ରୂପେ କବଜା ହୋଇଥିବା କ୍ଷେତ୍ରକୁ ଋଷ ଭୂମି ରୂପେ ଘୋଷିତ କରିବାର ନିଷ୍ପତ୍ତି ପରେ ୟୁକ୍ରେନର ରାଷ୍ଟ୍ରପତି ଜେଲେନେସ୍କି ନାଟୋ ସୈନ୍ୟ ମେଣ୍ଟର ଫାଷ୍ଟ-ଟ୍ରାକ୍ ସଦସ୍ୟତା ପାଇଁ ଆବେଦନ କରିବା ନେଇ ଘୋଷଣା କରିଥିଲେ । ୟୁକ୍ରେନର ଏହି ନିଷ୍ପତ୍ତି ପରଠୁ ଋଷ୍ ଲଗାତର ପରମାଣୁ ଧମକ ଦେଉଛି । ଋଷ ରାଷ୍ଟ୍ରପତିଙ୍କ ପରମାଣୁ ଧମକ ପରେ ପ୍ରଥମ ଥର ନାଟୋ ନିଜ ସେନାକୁ ଯୁଦ୍ଧକୁ ପଠାଇବା ପାଇଁ ବଡ ବୟାନ ଦେଇଛି । ସୂଚନା ଅନୁସାରେ ନାଟୋର ଜଣେ ବରିଷ୍ଠ ଅଧିକାରୀ ବୁଧବାର କହିଛନ୍ତି କି ଋଷ ପରମାଣୁ ଆକ୍ରମଣ କଲେ ଯୁଦ୍ଧର ଦିଗ ବଦଳିଯିବ ଏବଂ ନାଟୋ ମଧ୍ୟ ଋଷ ଅପରେ ଆକ୍ରମଣ କରିପାରେ । ଅଧିକାରୀ ଜଣକ ଗୁରୁବାର ନାଟୋର ପରମାଣୁ ଯୋଜନା ସମୁହ ବୈଠକରେ କହିଛନ୍ତି କି ମସ୍କୋ ଦ୍ୱାରା ପରମାଣୁ ଅସ୍ତଶସ୍ତ୍ରର ବ୍ୟବହାର ଋଷ୍ ପାଇଁ କ୍ଷତିକାରକ ହୋଇପାରେ ।

Related Articles

Leave a Reply

Your email address will not be published.

Back to top button