ହିଜାବ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ମତଭେଦ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ କର୍ଣ୍ଣାଟକ ହିଜାବ ବିବାଦକୁ ନେଇ ସୁପ୍ରିମକୋର୍ଟରେ ମତଭେଦ । ଭିନ୍ନ ଭିନ୍ନ ମତ ରଖିଲେ ଦୁଇ ଜଣିଆ ଖଣ୍ଡପୀଠ । ଜଷ୍ଟିସ ହେମନ୍ତ ଗୁପ୍ତା ଓ ସୁଧାଂଶୁ ଧୁଲିଆ ଏହି ମାମଲାରେ ଭିନ୍ନ ମତ ଦେଇଛନ୍ତି । ଜଷ୍ଟିସ ଗୁପ୍ତା ହିବାଜ ବ୍ୟାନ ବିରୁଦ୍ଧରେ ଦାଖଲ ଆବେଦନକୁ ଖାରଜ କରିଥିବା ବେଳେ ଜଷ୍ଟିସ ଧୁଲିଆ କର୍ଣ୍ଣାଟକ ହାଇକୋର୍ଟଙ୍କ ବ୍ୟାନ ଜାରି ରଖିବା ନେଇ ଆଦେଶକୁ ରଦ୍ଧ କରିଛନ୍ତି । ଦୁଇ ବିଚାରପତିଙ୍କ ଭିନ୍ନ ମତ ଯୋଗୁଁ ମାମଲାର ଶୁଣାଣି ହୋଇପାରି ନାହିଁ । ବର୍ତ୍ତମାନ ବଡ ବେଞ୍ଚରେ ହିଜାବ ପ୍ରସଙ୍ଗରେ ନିଷ୍ପତ୍ତି ନିଆଯାଇପାରେ । ଆଜି କର୍ଣ୍ଣାଟକ ହିଜାବ ବ୍ୟାନ ମାମଲାରେ ଆଜି ରାୟ ଆସିବାର ଥିଲା । ଶିକ୍ଷାନୁଷ୍ଠାନରେ ମୁସଲିମ ଛାତ୍ରୀଙ୍କ ହିଜାବ ପିନ୍ଧିବା ଉପରେ କର୍ଣ୍ଣାଟକ ସରକାର ନିଷିଦ୍ଧାଦେଶ ଲଗାଇଥିଲେ । କର୍ଣ୍ଣାଟକ ହାଇକୋର୍ଟ ଏହି କଟକଣା କାଏମ ରଖଥିବା ବେଳେ ଉଚ୍ଚ ନ୍ୟାୟାଳୟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା । ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ହେମନ୍ତ ଗୁପ୍ତା ଏବଂ ସୁଧାଂଶୁ ଧୁଲିଆଙ୍କ ଦୁଇ ଜଣିଆ ଖଣ୍ଡପୀଠ ଆଜି କର୍ଣ୍ଣାଟକ ହିଜାବ ମାମଲାର ଶୁଣାଣି କରିଥିଲେ । ଶିକ୍ଷାନୁଷ୍ଠାନରେ ମୁସଲିମ ସମ୍ପ୍ରଦାୟର ଛାତ୍ରୀ ହିଜାବ ପିନ୍ଧିବାକୁ ନେଇ ବିବାଦ ଦେଖାଦେବା ପରେ ଏନେଇ ଅନେକ ମାମଲା ରୁଜୁ ହୋଇଛି । କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟ ବିରୁଦ୍ଧରେ ମଧ୍ୟ ଅନେକ ଆବେଦନ ହୋଇଛି । ପୂର୍ବରୁ ଦୁଇ ଜଣିଆ ଖଣ୍ଡପୀଠ ୧୦ ଦିନର ମାରଥନ ଶୁଣାଣି ପରେ ରାୟ ସଂରକ୍ଷିତ ରଖିଥିଲେ । କର୍ଣ୍ଣାଟକ ହିଜାବ ବ୍ୟାନ ପ୍ରସଙ୍ଗରେ ୧୦ ଦିନ ଧରି ଯୁକ୍ତିତର୍କ ଚାଲିଥିଲା । ଆବେଦନକାରୀଙ୍କ ପକ୍ଷରୁ ୨୧ ଆଇନଜୀବୀ ଓ କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ବ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା, ଆଡିସିନାଲ ସଲିସିଟର ଜେନେରାଲ କେଏମ ନଜରାଜ, କର୍ଣ୍ଣାଟକ ଆଡଭୋକେଟ୍ ଜେନେରାଲ ପ୍ରଭୁଲିଙ୍ଗ ନବଦଗି କୋର୍ଟର ନିଜର ଯୁକ୍ତି ବାଢିଥିଲେ । ଶିକ୍ଷାନୁଷ୍ଠାନରେ ମୁସଲିମ ଝିଅମାନେ ହିଜାବ ପିନ୍ଧିବା ପଛରେ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆର ହାତ ଥିବା ତୁଷାର ମେହେଟ୍ଟା କହିଥିବା ବେଳେ ଡ୍ରେସ କୋର୍ଡ ଲାଗୁ କରିବା ନେଇ କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ଜାରି ସର୍କୁଲାରରେ ଚୠଓ ସମ୍ପର୍କରେ କିଛି କୁହାଯାଇ ନଥିବା ବରିଷ୍ଠ ଆଇନଜୀବୀ ଦୁଷ୍ୟନ୍ତ ଦାବେ ପ୍ରକାଶ କରିଥିଲେ ।

Related Articles

Leave a Reply

Your email address will not be published.

Back to top button