ରୁଷ ଉପରେ ଆମେରିକାର ଅଙ୍କୁଶ

ୱାଶିଂଟନ୍‌: ୟୁକ୍ରେନ୍‌ର ୪ଟି ବଡ ଅଞ୍ଚଳକୁ ନିଜ ଦେଶରେ ମିଶାଇ ଦେଇଥିବା ନେଇ ରୁଷ ଘୋଷଣା କରିଛି। ତେବେ ଏହାକୁ କିନ୍ତୁ ଅସ୍ୱୀକାର କରିଛି ଆମେରିକା।  ଏଥିସହ ରୁଷ ଉପରେ ବିଭିନ୍ନ ଅଙ୍କୁଶ ଲଗାଇଛି। ରୁଷର ୧୦୦୦ରୁ ଅଧିକ ଲୋକ ଏବଂ କମ୍ପାନି ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏଥିରେ ସେଣ୍ଟ୍ରାଲ ବ୍ୟାଙ୍କ ଗଭର୍ଣ୍ଣର ଏବଂ ରାଷ୍ଟ୍ରୀୟ ସୁରକ୍ଷା ପରିଷଦ ସଦସ୍ୟଙ୍କ ପରିବାର ସାମିଲ ରହିଛି। ଆମେରିକାର ବାଣିଜ୍ୟ ବିଭାଗ ନିଜର ସୂଚୀରେ ୫୭ କମ୍ପାନିଙ୍କୁ ସାମିଲ କରିଛି। ଅନ୍ୟପଟେ ବୈଦେଶିକ ମନ୍ତ୍ରଣାଳୟ ୯୦୦ ଲୋକଙ୍କ ଭିସା ପ୍ରତିବନ୍ଧକ ସୂଚୀରେ ସାମିଲ କରିଛି। ଅର୍ଥମନ୍ତ୍ରୀ ଜେନେଟ ୟେଲେନ କହିଛନ୍ତି, ‘ଆମ ପୁଟିନଙ୍କ ସହ ଠିଆ ହେବୁ ନାହିଁ କାରଣ ସେ ଛଳ କରି ୟୁକ୍ରେନର କିଛି ଅଞ୍ଚଳକୁ କବଜା କରିବାକୁ ପ୍ରସାୟ କରୁଛନ୍ତି’। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅନ୍ତରାଷ୍ଟ୍ରୀୟ ଆଇନକୁ ଅଣଦେଖା କରି ୟୁକ୍ରେନର କିଛି ଅଞ୍ଚଳକୁ ନିଜ ଦେଶରେ ବିଲୟର ଘୋଷଣା କରିଛନ୍ତି । ଏଥିସହ ଆଲୋଚନା ପାଇଁ ବୈଠକର ଅଫର ଦେଇଛି। କିନ୍ତୁ ମସ୍କୋରେ ସାମିଲ କରାଯାଇଥିବା ଅଂଶକୁ ଛାଡିବ ନାହିଁ ବୋଲି ରୁଷ ଚେତାଇ ଦେଇଛି। ସେପଟେ ସାତ ମାସ ଧରି ଚାଲିଥିବା ଯୁଦ୍ଧ ଅଧିକ ଭୟଙ୍କର ହେବା ନେଇ ଆଶଙ୍କା ଦେଖାଦେଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button