ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଦୁଇ ଓଡ଼ିଆଙ୍କ ନିର୍ଦ୍ଦେଶିତ ଫିଲ୍ମକୁ ‘ଶ୍ରେଷ୍ଠ ଚଳଚ୍ଚିତ୍ର ସମ୍ମାନ ‘

ଭୁବନେଶ୍ବର: ଓଡିଶା ପାଇଁ ଗର୍ବ ଓ ଗୌରବ ଆଣିଲେ ଦୁଇ ଓଡ଼ିଆ। ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମାନ୍ୟତା ପାଇଲା ପ୍ରାମାଣିକ ଚଳଚ୍ଚିତ୍ର ‘ECRICC : ADRESSING CLIMATE EMERGENCY’ । Athvikvaruni International Film Festival, Chennai ରେ ‘ଓମ କମ ମିଡିଆ ପ୍ରା.ଲି.’ ଦ୍ୱାରା ପ୍ରସ୍ତୁତ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ ‘BEST FILM AWARD’ ପାଇଁ ମନୋନୀତ ହୋଇଛି ।

ଜଳଵାୟୁ ପରିବର୍ତ୍ତନ ବିଷୟବସ୍ତୁକୁ ନେଇ ନିର୍ମିତ ହୋଇଥିବା ଏହି ପ୍ରାମାଣିକ ଚଳଚ୍ଚିତ୍ରର ନିର୍ଦ୍ଦେଶକ ହେଉଛନ୍ତି ଯଯାତି କରଣ ଓ ମାନସ ପରିଡା । ପୂର୍ବରୁ ଅନେକ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରି ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ବେଶ ପ୍ରଶଂସିତ ହୋଇଥିଲେ ଯୁବ ନିର୍ଦ୍ଦେଶକ ମାନସ ପରିଡା ।

ସେ ଅନେକ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ କରିଥିଲେ ମଧ୍ୟ ଏହି ଚଳଚ୍ଚିତ୍ର ତାଙ୍କୁ ଆଉ ଗୋଟେ ନୂଆ ପରିଚୟ ପ୍ରଦାନ କରିବ ବୋଲି କୁହନ୍ତି ନିର୍ଦ୍ଦେଶକ ମାନସ ପରିଡା ।

‘ଓମ କମ ମିଡିଆ ପ୍ରା. ଲି.’ ଦ୍ୱାରା ପ୍ରସ୍ତୁତ ଏହି ଡକ୍ୟୁମେଣ୍ଟାରୀ ଫିଲ୍ମର ଡ଼ିଓପିରେ (ଫଟୋଗ୍ରାଫି) ନୀଳକଣ୍ଠ ଆଚାର୍ଯ୍ୟ, ସ୍କ୍ରିପ୍ଟ ରେ ଟ୍ରେସି ସୀଲଚି, ଗ୍ରାଫିକ୍ସ ରେ ଶୁଭଞ୍ଜୟ ଦାସ ଓ ସମ୍ପାଦନା ଦାଇତ୍ୱରେ ଥିଲେ ସରୋଜ ରାଉଳ । କେନ୍ଦ୍ରାପଡ଼ାର ସାତଭାୟା ଓ ଭିତରକନିକା ଅଂଚଳରେ ପୁରା ସୁଟିଂ କରାଯାଇଥିଲା |।

ଓଡିଶାର ସମଗ୍ର ଉପକୂଳ ବାଲେଶ୍ୱରରୁ ଗଞ୍ଜାମ ପର୍ଯ୍ୟନ୍ତ ବିସ୍ତୃତ । ୨୦୫୦ ମସିହା ସୁଦ୍ଧା ସମୁଦ୍ର ପତ୍ତନ ବୃଦ୍ଧି ହେତୁ ବନ୍ୟା ଓ ଜଳମଗ୍ନ ହେବାର ଆଶଙ୍କା ରହିଛି । ୨୦୧୮ ରେ ଚେନ୍ନାଇର ନ୍ୟାସନାଲ ସେଣ୍ଟର ଫର କୋଷ୍ଟାଲ ରିସର୍ଚ୍ଚ ଅନୁଯାୟୀ ଓଡିଶାରେ ୧୯୯୯ ରୁ ୨୦୧୬ ମଧ୍ୟରେ ସମୁଦ୍ର ଜଳ ପ୍ରବେଶ ହେତୁ ପ୍ରାୟ ୧୫୪ କିଲୋମିଟର ଉପକୂଳ କ୍ଷୟ ହୋଇଛି ।

ଖାଲି ସେତିକି ନୁହେଁ ଏହାଦ୍ୱାରା ଉପକୂଳବର୍ତ୍ତୀ ଜନବସତିର ଲୋକେ କିଭଳି ଅସୁବିଧାର ସମୁଖିନ୍ନ ହେଉଛନ୍ତି ତାହା ଏହି ପ୍ରାମାଣିକ ଚଳଚ୍ଚିତ୍ରରେ ଦର୍ଶାଯାଇଛି ।

Related Articles

Leave a Reply

Your email address will not be published.

Back to top button