ଉତ୍ତର ପ୍ରଦେଶରେ ଆଜାଦ୍ ଓ ଓୱେସୀଙ୍କୁ ନେଇ ଗଠିତ ହେଲା ତୃତୀୟ ମୋର୍ଚ୍ଚା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ରାଜନୈତିକ ସମୀକରଣରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ରାଜ୍ୟରେ ଏକ ନୂତନ ତୃତୀୟ ମୋର୍ଚ୍ଚା ଗଠନ କରାଯାଇଛି। ଏହି ମେଣ୍ଟରେ ଚନ୍ଦ୍ରଶେଖର ଆଜାଦ୍ ଏବଂ ଅସୁଦ୍ଧିନ୍ ଓୱେସୀ ଏକାଠି ହୋଇଛନ୍ତି। ଉଭୟ ନେତା ଉତ୍ତର ପ୍ରଦେଶର ସମସ୍ତ ୪୦୩ଟି ବିଧାନସଭା ଆସନରେ ପ୍ରାର୍ଥୀ ଦେବାକୁ ଘୋଷଣା କରିଛନ୍ତି। ମୋର୍ଚ୍ଚା ଘୋଷଣା ଅବସରରେ ନେତାମାନେ ଅଭିଯୋଗ କରିଛନ୍ତି ଯେ, ପୂର୍ବରୁ ଶାସନରେ ଥିବା ଦଳଗୁଡ଼ିକ ଦଳିତ, ପଛୁଆ ବର୍ଗ, ମୁସଲମାନ ଏବଂ ଗରିବ ଜନସାଧାରଣଙ୍କ ସ୍ୱାର୍ଥକୁ ଅଣଦେଖା କରିଆସିଛନ୍ତି। ତେଣୁ ଜନସାଧାରଣଙ୍କୁ ଏକ ସଶକ୍ତ ବିକଳ୍ପ ପ୍ରଦାନ କରିବା ଉଦ୍ଦେଶ୍ୟରେ ଏହି ମେଣ୍ଟ କରାଯାଇଛି। ରାଜନୈତିକ ବିଶ୍ଳେଷକମାନଙ୍କ ମତରେ, ଆଜାଦ୍ ଓ ଓୱେସୀଙ୍କ ଏହି ମିଳନ ପଶ୍ଚିମ ୟୁପିଠାରୁ ଆରମ୍ଭ କରି ପୂର୍ବାଞ୍ଚଳ ପର୍ଯ୍ୟନ୍ତ ନିର୍ବାଚନୀ ଗଣିତ ଏବଂ ଭୋଟ୍ ବ୍ୟାଙ୍କକୁ ଗଭିର ଭାବରେ ପ୍ରଭାବିତ କରିପାରେ।

Related Articles

Leave a Reply

Your email address will not be published. Required fields are marked *

Back to top button