ସରପଞ୍ଚ ଚାମେଲୀ ଓଝାଙ୍କ ପରିବାର ଉପରେ ଆକ୍ରମଣ: ବାପା ଓ ଭାଇ ଗୁରୁତର

ଭୁବନେଶ୍ବର: କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ଭୟଙ୍କର ଆକ୍ରମଣ ଘଟଣାକୁ ନେଇ ବ୍ୟାପକ ଚାଞ୍ଚଲ୍ୟ ଖେଳିଯାଇଛି। ତିଖିରି ପଞ୍ଚାୟତ ସରପଞ୍ଚ ଚାମେଲୀ ଓଝାଙ୍କ ବାପା ଓ ଭାଇଙ୍କୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଏହି ସଂଘାତିକ ଆକ୍ରମଣରେ ସରପଞ୍ଚଙ୍କ ବାପା ଅତ୍ୟନ୍ତ ଗୁରୁତର ହୋଇପଡ଼ିଥିବାରୁ ତାଙ୍କୁ ତୁରନ୍ତ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟର ସଘନ ଚିକିତ୍ସା କକ୍ଷରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ତିଖିରି ଗ୍ରାମସ୍ଥିତ ଏକ ଦୋକାନରୁ ସରପଞ୍ଚଙ୍କ ବାପା ଓ ଭାଇ ବାଣ କିଣୁଥିବା ସମୟରେ ପୂର୍ବରୁ ଆକ୍ରୋଶ ରଖିଥିବା ଗାଁର ଦୁଇ ଜଣ ଯୁବକ ସେମାନଙ୍କ ଉପରକୁ ଅଚାନକ ସଂଘାତିକ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଉଭୟ ଆହତ ହୋଇଥିବା ବେଳେ ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ଘଟଣା ସମ୍ପର୍କରେ ମାର୍ଶାଘାଇ ଥାନାରେ ଏକ ଲିଖିତ ଅଭିଯୋଗ ଦାୟର ହେବା ପରେ ପୁଲିସ ତୁରନ୍ତ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି। ମରଣାନ୍ତକ ଆକ୍ରମଣର ମୂଳ କାରଣ ଏବଂ ଏଥିରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବା ପାଇଁ ପୁଲିସ ପକ୍ଷରୁ ସଘନ ଖୋଳତାଡ଼ ଜାରି ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button