ବାୟୁ ପ୍ରଦୂଷଣରେ ୨୦ ଲକ୍ଷ ମୃତ୍ୟୁ: ଫିକି ରିପୋର୍ଟକୁ ନେଇ ସରକାରଙ୍କୁ କଂଗ୍ରେସର ସମାଲୋଚନା

ନୂଆଦିଲ୍ଲୀ: ଦୀପାବଳୀ ପରବର୍ତ୍ତୀ ପ୍ରଦୂଷଣ ମାତ୍ରାକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସ ମହାସଚିବ ଜୟରାମ ରମେଶ। ଭାରତୀୟ ବାଣିଜ୍ୟ ଓ ଉଦ୍ୟୋଗ ମହାସଂଘର ସଦ୍ୟତମ ରିପୋର୍ଟକୁ ଆଧାର କରି ସେ ପ୍ରଦୂଷଣ ଜନିତ ସ୍ୱାସ୍ଥ୍ୟ ସଙ୍କଟ ପ୍ରସଙ୍ଗରେ ସରକାରଙ୍କ ନୀରବତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରି ଏବଂ ଅର୍ନଷ୍ଟ ଆଣ୍ଡ୍ ୟଙ୍ଗ୍‌ର ସଂଯୁକ୍ତ ରିପୋର୍ଟ ଅନୁଯାୟୀ, ୨୦୨୩ ମସିହାରେ ଭାରତରେ ହୋଇଥିବା ମୋଟ ମୃତ୍ୟୁର ପ୍ରାୟ ୨୨ ପ୍ରତିଶତ ଅର୍ଥାତ୍ ପ୍ରାୟ ୨୦ ଲକ୍ଷ ମୃତ୍ୟୁ ପାଇଁ ବାୟୁ ପ୍ରଦୂଷଣ ଦାୟୀ ଥିଲା। ଏହି ତଥ୍ୟକୁ ସାମ୍ନାକୁ ଆଣି ଜୟରାମ ରମେଶ କହିଛନ୍ତି ଯେ, ସଂସଦ ଗୃହ ଭିତରେ ଓ ବାହାରେ ସରକାର କ୍ରମାଗତ ଭାବେ ଏପରି ବିଜ୍ଞାନସମ୍ମତ ରିପୋର୍ଟଗୁଡ଼ିକୁ ଭାରତୀୟ ପରିପ୍ରେକ୍ଷୀରେ ଗ୍ରହଣଯୋଗ୍ୟ ନୁହେଁ କହି ଖାରଜ କରିଆସୁଛନ୍ତି। ବାୟୁ ପ୍ରଦୂଷଣ ଯୋଗୁଁ ନାଗରିକଙ୍କ ଜୀବନହାନି ଘଟୁଥିବା କଥାକୁ ମୋଦୀ ସରକାର ଦୀର୍ଘ ଦିନରୁ ସ୍ୱୀକାର କରିବାକୁ ମନା କରୁଥିବା ନେଇ ସେ ଅଭିଯୋଗ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button