୧୫ରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି

ଭୁବନେଶ୍ୱର: ନଭେମ୍ବର ୧୫ ତାରିଖରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ। ଗସ୍ତର ଦ୍ୱିତୀୟ ଦିନ ଅର୍ଥାତ୍ ନଭେମ୍ବର ୧୬ ତାରିଖରେ ସେ ଓଡ଼ିଶା ବିଧାନସଭାରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେଇ ନବନିର୍ବାଚିତ ବିଧାୟକମାନଙ୍କୁ ମାର୍ଗଦର୍ଶନ ପ୍ରଦାନ କରିବେ। ସପ୍ତଦଶ ଓଡ଼ିଶା ବିଧାନସଭାର ମୋଟ ୧୪୭ ଜଣ ସଦସ୍ୟଙ୍କୁ ସଂସଦୀୟ ପରମ୍ପରା, ବିଧାନସଭାର କାର୍ଯ୍ୟପ୍ରଣାଳୀ, ନିୟମାବଳୀ ଏବଂ ଜନପ୍ରତିନିଧି ଭାବେ ସେମାନଙ୍କ ଉତ୍ତରଦାୟିତ୍ୱ ସମ୍ପର୍କରେ ସଚେତନ କରାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ବିଶେଷ କରି ଗୃହ ଭିତରେ କିପରି ଶୃଙ୍ଖଳିତ ଭାବେ ମତ ଉପସ୍ଥାପନ କରାଯିବ, ନିଜ ନିଜ ଅଞ୍ଚଳର ମୌଳିକ ସମସ୍ୟା ଓ ପ୍ରଶ୍ନ ଉଠାଯିବ, ସେ ନେଇ ବିଧାୟକମାନଙ୍କୁ ବ୍ୟାବହାରିକ ଜ୍ଞାନ ପ୍ରଦାନ କରାଯିବ। ଆସନ୍ତା ନଭେମ୍ବର ୧୮ରୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବିଧାନସଭାର ଅଷ୍ଟମ ଅଧିବେଶନ ଚାଲିବାକୁ ଥିବାରୁ, ଗୃହ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରକୁ ସଂସଦୀୟ ବ୍ୟବସ୍ଥା ଦୃଷ୍ଟିରୁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ମନେ କରାଯାଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button