ମୁହାଁମୁହିଁ ହେଲିକପ୍ଟର ଧକ୍କା: ଜଣେ ବିଦେଶୀ ନାଗରିକ ମୃତ, ଜଣେ ଆହତ

ନୂଆଦିଲ୍ଲୀ: ନେପାଳର ସୋଲୁଖୁମ୍ବୁ ଜିଲ୍ଲାସ୍ଥିତ ପ୍ରସିଦ୍ଧ ଫେରିଚେ ହେଲିପ୍ୟାଡ୍‌ରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ହେଲିପ୍ୟାଡ୍‌ରେ ଅବତରଣ କରୁଥିବା ସମୟରେ ଫିଷ୍ଟେଲ୍ ଏବଂ ଡାଇନାଷ୍ଟି ଏୟାରର ଦୁଇଟି ହେଲିକପ୍ଟର ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଛନ୍ତି। ନେପାଳ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣର ସୂଚନା ଅଧିକାରୀ ଜ୍ଞାନେନ୍ଦ୍ର ଭୁଲ୍ ଏବଂ ସୋଲୁଖୁମ୍ବୁ ଜିଲ୍ଲା ପୁଲିସ କାର୍ଯ୍ୟାଳୟର ଡିଏସପି ନବୀନରାଜ ବୁଢ଼ାଥୋକିଙ୍କ ସୂଚନା ଅନୁଯାୟୀ, ଅବତରଣ ବେଳେ ଉଭୟ ହେଲିକପ୍ଟରର ପଙ୍ଖା ପରସ୍ପର ସହ ବାଜିଯିବାରୁ ଏହି ଅଘଟଣ ଘଟିଛି। ଏହି ଦୁର୍ଘଟଣାରେ ଜଣେ ବିଦେଶୀ ନାଗରିକଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତ ବ୍ୟକ୍ତିଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ ମାଉଣ୍ଟେନ୍ ହେଲିକପ୍ଟର ଯୋଗେ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ସେହିପରି ପୁଲିସ ଇନ୍ସପେକ୍ଟର ମୌସମ ତାମାଙ୍ଗଙ୍କ ସୂଚନା ମୁତାବକ, ମୃତକଙ୍କ ମୃତଦେହକୁ ପ୍ରଭୁ ହେଲିକପ୍ଟର ଜରିଆରେ ଲୁକ୍ଲାକୁ ଅଣାଯାଇଛି। ଘଟଣାସ୍ଥଳରେ ବହୁ ଲୋକ ଉପସ୍ଥିତ ଥିବାବେଳେ ଏହି ଦୁର୍ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ପ୍ରଶାସନ ପକ୍ଷରୁ ଏହି ଦୁର୍ଘଟଣାର କାରଣ ଏବଂ ଅନ୍ୟାନ୍ୟ ପ୍ରାସଙ୍ଗିକ ତଥ୍ୟ ସଂଗ୍ରହ କରାଯାଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button