ରାଜ୍ୟସଭା ନିର୍ବାଚନ କ୍ରସ ଭୋଟିଂ ମାମଲା: ୫ ବିଜେଡି ବିଧାୟକଙ୍କୁ ହାଇକୋର୍ଟଙ୍କ ନୋଟିସ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ସମୟରେ ହୋଇଥିବା କ୍ରସ ଭୋଟିଂ ବିବାଦ ମାମଲାରେ ଓଡ଼ିଶା ହାଇକୋର୍ଟ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ମାମଲାରେ ପାଞ୍ଚ ଜଣ ବିଜେଡି ବିଧାୟକଙ୍କୁ ହାଇକୋର୍ଟଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଛି। ଅରବିନ୍ଦ ମହାପାତ୍ର, ସୁବାସିନୀ ଜେନା, ସନାତନ ମହାକୁଡ଼, ସୋଭିକ ବିଶ୍ୱାଳ ଏବଂ ଚକ୍ରମଣି କହଁରଙ୍କୁ ଏହି ନୋଟିସ କରାଯାଇଥିବା ବେଳେ ସେମାନଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ କୋର୍ଟରେ ଜବାବ ଦାଖଲ କରିବାକୁ କୁହାଯାଇଛି। ଆସନ୍ତା ଜାନୁଆରୀ ୧୧ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନଧାର୍ଯ୍ୟ ହୋଇଥିବା ବେଳେ ତାର ପୂର୍ବରୁ ସମସ୍ତ ବିଧାୟକଙ୍କୁ ନିଜର ପକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button