କଞ୍ଚା ଅଣ୍ଡା ଖାଇବାର ଦଣ୍ଡ

ଦୁନିଆରେ ଚାକିରି ଏବଂ ୱର୍କି କଲ୍‌ଚର୍ ସବୁ ସ୍ଥାନରେ ଅଲଗା ଅଲଗା ଥାଏ । ଏହା ସହିତ କାମ କରିବାର ନିୟମ କାନୁନ ମଧ୍ୟ ଅଲଗା ଥାଏ । କେଉଁଠାରେ କାମ କରିବା ସହଜ ହୋଇଥିବା ବେଳେ କେଉଁଠାରେ କର୍ମଚାରୀମାନଙ୍କ ଉପରେ ଏତେ ଚାପ ଥାଏ ଯେ ସେମାନଙ୍କ ପାଇଁ ଚାକିରି ଦଣ୍ଡ ପ୍ରମାଣିତ ହୋଇଯାଏ । ଏପରି କିଛି କଡ଼ା ନିୟମ ଚୀନ୍‌ରେ ତିଆରି କରାଯାଇଛି । ସେଠିକାର କର୍ମଚାରୀଙ୍କୁ ଅଜବ ପ୍ରକାରର ଦଣ୍ଡ ଦିଆଯାଉଥିବାର ଭିଡିଓ ପ୍ରାୟତଃ ସୋସିଆଲ୍ ମିଡିଆରେ ଦେଖିବାକୁ ମିଳେ । ଏଥିପାଇଁ ବର୍ତ୍ତମାନ ସମୟରେ ଚାଇନିଜ୍ କମ୍ପାନୀଗୁଡ଼ିକର କର୍ମଚାରୀମାନଙ୍କୁ ଦଣ୍ଡ ଦେବାର ଅଜବ ପ୍ରକାରର ନିୟମ ଚର୍ଚ୍ଚାରେ ରହିଛି । ଚୀନ୍‌ର ଏହି କମ୍ପାନୀର ଅପେକ୍ଷାନୁସାରେ କର୍ମଚାରୀମାନେ କାମ ନକରିଲେ ସେମାନଙ୍କୁ ଦଣ୍ଡ ସ୍ୱରୂପ କଞ୍ଚା ଅଣ୍ଡା ଖାଇବାକୁ ଦେଇଥାଏ । ଯେଉଁ କର୍ମଚାରୀ କଞ୍ଚା ଅଣ୍ଡା ଖାଏ ନାହିଁ ତାକୁ ତୁରନ୍ତ ଚାକିରିରୁ ବାହାର କରିଦିଆଯାଏ । ଏହି ଦଣ୍ଡ ଭୟରେ କର୍ମଚାରୀମାନଙ୍କ ଠାରୁ ସେମାନଙ୍କର ଟାର୍ଗେଟ୍ ପୂରା କରିବା ପାଇଁ କମ୍ପାନୀ ବାଧ୍ୟ କରିଥାଏ । ଝେଙ୍ଗ୍‌ଝୋଉ ଟେକ୍ନୋଲୋଜି ନାମକ ଏହି କମ୍ପାନୀରେ କାମ କରୁଥିବା ଜଣେ ଇଣ୍ଟର୍ଣ୍ଣ ନିଜର ଅଭିଜ୍ଞତା ସୋସିଆଲ୍ ମିଡିଆରେ ପ୍ରକାଶ କରିଛନ୍ତି । ତାଙ୍କ ଅନୁସାରେ କମ୍ପାନୀ ଭିତରେ କର୍ମଚାରୀଙ୍କ ପାଇଁ ଅନେକ ଅଜବ ପ୍ରକାରର ନିୟମ କାନୁନ ରହିଛି । ଇଣ୍ଟର୍ଣ୍ଣ ଜଣକ ନିଜର ଇଣ୍ଟର୍ଣ୍ଣସିପ୍ ସମୟରେ ଯେତେବେଳେ ଏପରି କରିବାକୁ ମନା କରିଦେଲେ କମ୍ପାନୀର ମ୍ୟାନେଜ୍‌ମେଣ୍ଟ୍ ତାଙ୍କୁ ଇଣ୍ଟର୍ଣ୍ଣସିପ୍ ଶେଷ କରିବାକୁ ବାଧ୍ୟ କଲା । ଏପରି ନିୟମ ଦ୍ୱାରା ଲୋକଙ୍କର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିଲେ ମଧ୍ୟ ମ୍ୟାନେଜ୍‌ମେଣ୍ଟ୍ ଉପରେ କିଛି ପ୍ରଭାବ ପଡ଼େନାହିଁ । ସୋସିଆଲ୍ ମିଡିଆରେ ଖବର ଭାଇରାଲ୍ ହେବାପରେ ଜିନ୍‌ସୁଈ ଜିଲ୍ଲାରେ ଏ ବିଷୟରେ ଯାଞ୍ଚ ଆରମ୍ଭ ହୋଇଛି ।

Related Articles

Leave a Reply

Your email address will not be published.

Back to top button