ରାଜ୍ୟ ପ୍ରଶାସନରେ ବଡ଼ ଧରଣର ଅଦଳବଦଳ: ବଦଳିଲେ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ

ଭୁବନେଶ୍ୱର: ରାଜ୍ୟ ପ୍ରଶାସନିକ ସେବା (OAS) ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଯୁଗ୍ମ ସଚିବଙ୍କ ସମେତ ୩ ଜଣ ବରିଷ୍ଠ ଅଧିକାରୀଙ୍କୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନୂଆ ପଦବୀ ଓ ଦାୟିତ୍ୱ ପ୍ରଦାନ କରାଯାଇଛି। ଏହି ପ୍ରଶାସନିକ ଫେରବଦଲ ପରେ ଏବେ ରାଜ୍ୟ ପ୍ରଶାସନିକ ମହଲରେ ଚର୍ଚ୍ଚା ଜୋର ଧରିଛି। ନୂଆ ନିଯୁକ୍ତି ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ତ୍ରିଲୋଚନ ମହାନ୍ତିଙ୍କୁ ବଦଳି କରାଯାଇ ଭୁବନେଶ୍ୱରସ୍ଥିତ ROTIର ଯୁଗ୍ମ ସଚିବ ଭାବେ ନିଯୁକ୍ତ କରାଯାଇଛି। ସେହିପରି ଗୀତାଞ୍ଜଳି ନାୟକଙ୍କୁ E&IT (ଇଲେକ୍ଟ୍ରୋନିକ୍ସ ଓ ଆଇଟି) ବିଭାଗର ଅତିରିକ୍ତ ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ କୁକୁମିନା ଦାସଙ୍କୁ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର PD, R&R ଭାବେ ନୂତନ ପଦବୀରେ ଅବସ୍ଥାପିତ କରାଯାଇଛି। ଏହି ନୂଆ ଦାୟିତ୍ୱ ପାଇଥିବା ଅଧିକାରୀମାନେ ନିଜ ନିଜ ଅଭିଜ୍ଞତାକୁ କାର୍ଯ୍ୟରେ ଲଗାଇ ସଂପୃକ୍ତ ବିଭାଗୀୟ କାର୍ଯ୍ୟାବଳୀକୁ ଅଧିକ କ୍ରିୟାଶୀଳ ଓ ଆଗେଇ ନେବେ ବୋଲି ଆଶା କରାଯାଉଛି।



