ଓଡ଼ିଶା ଉପକୂଳରୁ ONGCକୁ ମିଳିଲା ବଡ଼ ସଫଳତା: କୋଣାର୍କ ସମୁଦ୍ରରୁ ବିଶାଳ ପ୍ରାକୃତିକ ଗ୍ୟାସ୍‌ ଭଣ୍ଡାର ଠାବ

ଭୁବନେଶ୍ଵର: ଓଡ଼ିଶା ଉପକୂଳରୁ ତୈଳ ଏବଂ ପ୍ରାକୃତିକ ଗ୍ୟାସ୍ କର୍ପୋରେସନ୍ ଲିମିଟେଡ୍ (ଓଏନଜିସି) କୁ ମିଳିଛି ଏକ ବଡ଼ ସଫଳତା। କୋଣାର୍କ ଉପକୂଳରୁ ପ୍ରାୟ ୪୩ କିଲୋମିଟର ଦୂର ସମୁଦ୍ର ମଧ୍ୟରେ ଓଏନଜିସି ଏକ ବିଶାଳ ପ୍ରାକୃତିକ ଗ୍ୟାସ୍ ଭଣ୍ଡାର ଆବିଷ୍କାର କରିଛି। ‘ସମୁଦ୍ର ମନ୍ଥନ’ ପ୍ରକଳ୍ପ ଅଧୀନରେ ମହାନଦୀ ଅବବାହିକାରେ ଏହା ପ୍ରଥମ ପ୍ରମୁଖ ସଫଳତା, ଯାହା ଭାରତର ପୂର୍ବ ଉପକୂଳରେ ପ୍ରଚୁର ଶକ୍ତି ସମ୍ପଦ ଥିବା ପ୍ରମାଣିତ କରିଛି। ଓଏନଜିସିର ସୂଚନା ଅନୁସାରେ, ସେପ୍ଟେମ୍ବର ୧୮ ତାରିଖରେ MN-DW18-1-H-D କୂପରୁ ଏହି ଗ୍ୟାସ୍ ଭଣ୍ଡାର ଠାବ ହୋଇଥିଲା। କୂପଟିକୁ ମୋଟ ୧,୬୨୩ ମିଟର ଗଭୀରତା ପର୍ଯ୍ୟନ୍ତ ଖନନ କରାଯାଇଥିବା ବେଳେ, ୧,୪୪୧ ରୁ ୧,୪୫୨ ମିଟର ଗଭୀରତା ମଧ୍ୟରେ ଗ୍ୟାସ୍ ମିଳିଥିଲା। ପ୍ରାରମ୍ଭିକ ମୂଲ୍ୟାଙ୍କନରୁ ଏହି ଆବିଷ୍କାର ବାଣିଜ୍ୟିକ ଭାବେ ବେଶ୍ ଲାଭଦାୟକ ହେବ ବୋଲି ଆଶା କରାଯାଉଛି, ଯାହା ରାଜସ୍ୱ ଆଦାୟ ବୃଦ୍ଧିରେ ସାହାଯ୍ୟ କରିବ। କୂପଟି ସମୁଦ୍ର କୂଳର ନିକଟବର୍ତ୍ତୀ (୪୩ କିଲୋମିଟର) ହୋଇଥିବାରୁ ପାଇପଲାଇନ୍ ବିଛାଇବା ଏବଂ ଉପକୂଳବର୍ତ୍ତୀ ପ୍ରକ୍ରିୟାକରଣ ପ୍ଲାଣ୍ଟକୁ ଗ୍ୟାସ୍ ପରିବହନ କରିବା ସହଜ ହେବ। ଏହାଦ୍ୱାରା ଯାତାୟାତ ଓ ପରିବହନ ଖର୍ଚ୍ଚ ଯଥେଷ୍ଟ କମିବ।

Related Articles

Leave a Reply

Your email address will not be published. Required fields are marked *

Back to top button