ବିଲରେ କାମ କରୁଥିବା ବେଳେ ବଜ୍ରାଘାତରେ ଦୁଇ ମହିଳା ମୃତ

ଭୁବନେଶ୍ବର: ସୋହେଲା ବ୍ଲକ ଅନ୍ତର୍ଗତ ପାଣିମୋରା ପଞ୍ଚାୟତର କୁସୁର୍ଡା ଗ୍ରାମରେ ବଜ୍ରାଘାତ ହୋଇ ଦୁଇ ଜଣ ମହିଳାଙ୍କର ଅଭାବନୀୟ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ କଟାପାଲି ଗ୍ରାମର ୪୫ ବର୍ଷୀୟା ଜାହ୍ନବୀ ପଧାନ ଏବଂ ୩୨ ବର୍ଷୀୟା ରିତା ପଧାନ। ସମ୍ପର୍କୀୟ ହୋଇଥିବା ଏହି ଦୁଇ ମହିଳା ଚାଷ କାମ କରିବା ପାଇଁ କୁସୁର୍ଡା ଗ୍ରାମକୁ ଆସିଥିଲେ।  ବିଲରେ କାମ ସାରି ସେମାନେ ନିକଟସ୍ଥ ଏକ ଗଛ ତଳେ ବିଶ୍ରାମ ନେଉଥିବା ବେଳେ ହଠାତ୍ ବଜ୍ରପାତ ହୋଇଥିଲା। ବଜ୍ରାଘାତର ଶିକାର ହୋଇ ଘଟଣାସ୍ଥଳରେ ହିଁ ଉଭୟଙ୍କର ପ୍ରାଣଚାଲି ଯାଇଥିଲା। ଦୀର୍ଘ ସମୟ ଧରି ସେମାନେ ଗଛ ତଳେ ଅଚେତ ଅବସ୍ଥାରେ ପଡ଼ିରହିଥିବା ଦେଖି ସ୍ଥାନୀୟ ଲୋକେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଗ୍ରାମବାସୀଙ୍କ ସହାୟତାରେ ଉଭୟଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ସୋହେଲା ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଏହି ହୃଦୟବିଦାରକ ଘଟଣା ପ୍ରଚାରିତ ହେବା ପରେ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button